STORYMIRROR

Pranati Jena

Classics Others

3  

Pranati Jena

Classics Others

କ୍ରୋଧର ନିଆଁ

କ୍ରୋଧର ନିଆଁ

1 min
131


ପ୍ରତାରଣା ଯଦି ହୃଦୟରେ ଥାଏ

ମିଛ ପ୍ରତିଶୃତି ସାଜି,

ଜୀବନ ଯନ୍ତ୍ରଣା କଣ୍ଟକିତ ହୁଏ

ନିଜେ ଯାଏ ଆପେ ହଜି ।


ପ୍ରକୁତି, ପରମ ଲୀଳା ଖେଳା ଯାର

ମରମେ ହେଜ ନ ଥାଏ,

ପ୍ରତାରଣା ଶବ୍ଦ ହୃଦୟେ ପାହାର

ନୀରବିତ ହୃଦ ସହେ ।


ପ୍ରତିଶୃତି ଥାଏ ସ୍ୱାଭିମାନ ନେଇ

ପ୍ରତାରଣା ଚିହ୍ନ କାହିଁ

ଭାଙ୍ଗିବା, ଗଢିବା ନିଜ ବଶେ ନେଇ

ମଣିଷ ଦି ଦିନ ପାଇଁ ।


କେତେ ଅଂହକାରୀ ଅଛନ୍ତି ଏ ଦେଶେ

ରାଜାର ମୁକୁଟ ପିନ୍ଧି

ସବୁ କ୍ଷଣେ ଚୁନା କାଳର ବିବଶେ

ଚାବି ନାହିଁ କାହିଁ ସିନ୍ଧି ।


କ୍ଷଣକରେ ଚୁନା ରାଜାର ବଡ଼ିମା

ବଡ଼ପଣ କାହିଁ ଶୋଭା

ଅଂହ, ଅଭିମାନ ପ୍ରତିଶୃତି ଭରା

କେତେ ବା ତାହା ବିଭବା ।


ଯାହା ଏଠି ନାହିଁ କେଉଁଠି ବି କାହିଁ

ସବୁ ଜଣେ ଦ୍ରଷ୍ଟା ଏଠି,

ମୂଲ ତ ନିଶ୍ଚୟ ରହିଛି ସଜାଇ

ପ୍ରକୁତି ଫଳ ଯେ ସେଠି ।


Rate this content
Log in

Similar oriya poem from Classics