ଜୀବନ, ରାଗ, ଅନୁରାଗ, ବିରାଗ
ଜୀବନ, ରାଗ, ଅନୁରାଗ, ବିରାଗ
ଜୀବନ ଅଛିତ, ଅଛି ଯନ୍ତ୍ରଣା, ମାନ
ଆଉ ଅଭିମାନ
ଏହା ଏକ ରାଗ, ଅନୁରାଗ, ବିରାଗ
ସରାଗର ମିଶ୍ରଣ ।
ସମୟର ଚକ୍ରରେ ଉଠାଣି ଗଡାଣିରେ
ଚାଲେ ମଣିଷ ଜୀବନ
ଉତ୍ତମ, ବିବେକୀ ମଣିଷ ହୃଦୟ ତ
କେବେ ହୁଏନା ପାଷାଣ ।
ମନର ହତାଶରେ ନୋହିଲେ ଅନ୍ଧ,
କେବେ ସେ ପିଏନା ଗରଳ
ଦୁଃଖ ସୁଖ ରହିଛି, ରହିବ, ହସ କାନ୍ଦ
ଭରା ଦୁନିଆର ଖେଳ ।
ସରଳ ନିର୍ମଳ ପ୍ରେମମୟ ଜୀବନଚର୍ଯ୍ୟା
ଯିଏ କରି ପାରଇ
ପ୍ରେମ ସରାଗରେ ଦିନ କାଟି ସୁନ୍ଦର
ଅମୃତମୟ ଦୁନିଆ ଗଢଇ ।
ଦେଖିଛେ, ସମୁଦ୍ରରେ ଜୁଆର ଭଟ୍ଟା
ରହେ ନାହିଁ ଚିରଦିନ
ଯାହା ଅଛି ଆଜି ନରହିବ କାଲି, ଅବଶ୍ୟ
ଛାଡି ଦେଇ କିଛି ଚିହ୍ନ।
ସେହି ଚିହ୍ନକୁ ଧରି ଘୁରି ବୁଲୁଥିଲେ,
ଦୁଃଖ ମିଳେ ଆଗାମୀ ଦିନରେ
ଆସେ, ରାଗ, ଅନୁରାଗ, ବିରାଗ,
ଜୀବନ କଟେ ହତାଶରେ ।
ଏହି ସତ୍ୟ ବାଣୀକୁ ମତାନ୍ଧ ଓ ଧର୍ମାନ୍ଧ
ବୁଝି ପାରେ ନାହିଁ
ଧର୍ମ ଜାତି ନାମେ ଉଗ୍ରବାଦୀ
ସାମ୍ପ୍ରଦାୟିକବାଦୀ ହୁଏ ଯାଇ ।