STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ନ୍ୟାୟ ଚକ୍ର

ନ୍ୟାୟ ଚକ୍ର

1 min
149


ଦିନେ ଦର୍ପେ ଚିରୁଥିଲା ଯେଉଁ ଯୁବରାଜ ସରକାରୀ ରାଜପତ୍ର

ଆଜି ଦୁନିଆ ଦାଣ୍ଡରେ ସିଏ ହୋଇଛି ଚରମ ଉପହାସର ପାତ୍ର

ମେଧାହୀନ ନେତା ତଥାପି ଆଶାୟୀ କରିବାକୁ ଦେଶର ନେତୃତ୍ବ

ଚାଟୁକାର ତୋଷାମଦିଆ ଯେତେକ ତାହାଙ୍କ ଆଜ୍ଞାଧୀନ ବଶମ୍ବଦ।


ଉତ୍ତରାଧିକାରୀ ସୂତ୍ରରେ ପୀଢ଼ି ପରେ ପୀଢ଼ି ବଂଶବାଦୀ କରିବେ ଶାସନ

ଦେଶଟାକୁ ମଣି ପୈତୃକ ଜାଗିର ସେଇ ପ୍ରଥାର ତ ହୋଇଛି ଅବସାନ

ଶାସକ ହେଉ ଯେତେ ବି ଚତୁର ଠକି ନ ପାରଇ ଜନତାକୁ ଚିରଦିନ

ଦିନେ ନା ଦିନେ ତ ଜାଗିବ ଶାସିତ ତାହାର ଜ୍ଞାନ ଚକ୍ଷୁ ହେବ ଉନ୍ମିଳନ।


ଜାଗ୍ରତ ସଶକ୍ତ ଜନତା ହିଁ ଗଣତନ୍ତ୍ରର ପ୍ରକୃତ ପ୍ରହରୀ ଜାଗିରଦାର

ଉଚିତ୍ ସମୟରେ କରିବେ ଉଚିତ୍ ବିଚାର ଭ୍ରଷ୍ଟାଚାରୀ ରୁହ ହୁସିଆର

କ୍ଷଣ ଭଙ୍ଗୁର ଏଇ ଦୁନିଆରେ ସିଂହାସନ ନୁହଁଇ କାହାରି ବି ସ୍ଥିର

ଜନ କୋପର ଏକଇ ହୁଙ୍କାରେ କ୍ଷମତାର ମହୁଆ ନିଶା ହୁଏ ଚୁରମାର।

ଗଣତନ୍ତ୍ରରେ ଗଣ ହିଁ ସଦା ସର୍ବଦା ବଳିୟାନ ଗୌଣ ବ୍ଯକ୍ତିର ଅହଙ୍କାର

ଅହଙ୍କାରୀ ଶାସକକୁ ସଜାଏ ଜନତା ନ୍ୟାୟ ଚକ୍ରରେ ଦାଣ୍ଡର ଫକୀର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract