STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ନିଷିଦ୍ଧ ଫଳ

ନିଷିଦ୍ଧ ଫଳ

1 min
134


କିଆଁ ଏତେ ବ୍ଯଗ୍ର ଭକ୍ଷଣ କରିବାକୁ ନିଷିଦ୍ଧ ଫଳ

କିଏ ଅବା କି ସୁଖ ପାଇଛି ଭୁଞ୍ଜି ସେହି ବିଚିତ୍ରଫଳ ।


ଚଉରାଶୀ ଆଙ୍ଗୁଳ ଶରୀରକୁ ନେଇ କେତେ ଖେଳ

ଦେହ ସୁଖ ଟିକେ ପାଇଁ କେତେ ପାପାଚାର ଗଣ୍ଡଗୋଳ ?


ମସୃଣ ଚିକ୍କଣ ଚମଡ଼ାର ଆବରଣ ହଟାଇ ଦେଖ ଚର୍ମତଳ

କେତେ ପୂଜ ରକ୍ତ ସ୍ବେଦ ମେଦ ରୋଗର ସେଠି ମେଳ ।


ଛାର ଦେହଟା ପାଇଁ କର କିମ୍ପା ଏତେ କଳି ତକରାଳ

ଦେହ ଯେ' ନର୍କର ଦ୍ବାର ଦିଶୁଅଛି ସତ୍ଯ ଜଳ ଜଳ।


ଢଳିଗଲେ ବୟସ ଝାଉଁଳିବ ଦେହର ସୌନ୍ଦର୍ଯ୍ୟ ବର୍ଣ୍ଣାଳୀ

କାହିଁ ଅଳିକ ଅନିତ୍ୟ ସମ୍ଭୋଗ ଲାଗି ହୁଅରେ ବାଉଳି ।


ତୁଚ୍ଛା ଦୈହିକ ମିଳନ ଲାଗି କର ବ୍ୟୟ ବେଳ ଆଉ ବଳ

ଆକାତରେ ଲୁଟାଅ ଜୀବନ ଯାକର ସମସ୍ତ ସଞ୍ଚିତ ସମ୍ବଳ।


ଦେହର କୁହୁକ ମୋହରେ ଉନ୍ମାଦରେ ହୋଇଯାଇ ଅନ୍ଧ

ଅନଳେ ଝାସ ଦିଅଇ ବିଜ୍ଞ ବିବେକୀ ମାନବ ସାଜି ପତଙ୍ଗ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract