Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Classics Inspirational

4  

Nrusingha Narayan Tripathy

Classics Inspirational

ଗର୍ବ ଗଞ୍ଜନ ଗିରିଧାରୀ

ଗର୍ବ ଗଞ୍ଜନ ଗିରିଧାରୀ

1 min
205



ଗର୍ବ ଗଞ୍ଜନ ଶ୍ରୀହରି ଗୋବର୍ଦ୍ଧନ ଗିରିଧାରୀ

   ଅଦୃଶ୍ୟ ଅଦ୍ଭୁତ ଲୀଳା କରି ପ୍ରକାଶ 

ସତ ମିଛ ଦୁନିଆରେ ଭଲ ମନ୍ଦ ସଂସାରରେ

  ଆଣେ ସତ୍ୟ, ନ୍ୟାୟ,ଧର୍ମ ମନେ ବିଶ୍ୱାସ ll


ଧରାପୃଷ୍ଠେ ଏ ଜୀବନ ଅଟେ ମାତ୍ର ଦୁଇଦିନ

  ବୃଥା ଗର୍ବ କର କାହିଁ ବୁଝି ହୁଏନା

ମହାପ୍ରଭୁ ମାୟାଧର ଦକା ଶଙ୍କା କରେ ଦୂର

  ଅହଂକାର ଅହମିକା ଜମା ସହେନା ll


ତ୍ରେତୟା ଯୁଗେ ରାବଣ ଥିଲା ତାର ମହାଜ୍ଞାନ

   ବିଦ୍ୟା,ବଳ, ଯଶ ଲାଗି ଗରବ ଗୁଣ 

ଛାର ଭଲ୍ଲୁକ ବାନର କଲେ ଲଙ୍କା ଛାରଖାର

   ଅତି ଦର୍ପ ହତ କଲେ ରଘୁ ନନ୍ଦନ ll


କରି କାଳୀୟ ଦଳନ ଯମୁନାରେ ଭୟ ଶୂନ୍ୟ 

   ଗର୍ବ ତାର କଲେ ଚୁର ମଧୁସୂଦନ

ଟେକି ଗୋବର୍ଦ୍ଧନ ଗିରି ଗୋପକୁଳ ରକ୍ଷା କରି

   ଇନ୍ଦ୍ର ଗର୍ବ କଲେ ଚୁର ନନ୍ଦ ନନ୍ଦନ ll


ଗର୍ବ, ମାନ, ଅଭିମାନ ଜୀବନରେ ମୂଲ୍ୟହୀନ

   ଜୀବନ କ୍ଷଣିକ, କେହି ନୁହେଁ ଅମର

ପ୍ରତି କର୍ମେ ଭଗବାନ କଲେ ତାଙ୍କୁ ଦରଶନ

   ସନ୍ତୋଷ ଆନନ୍ଦ ମିଳେ ଜ୍ଞାନ ଦିବ୍ୟର ll


Rate this content
Log in

Similar oriya poem from Classics