ଆ କା ମା ବୈ
ଆ କା ମା ବୈ
କାର୍ତ୍ତିକ ପୁନେଇରେ, ସଅଳ ସଅଳ
ଯିବାଲୋ ନଇ
ସାଥି ମେଳେ ଆସ ଯିବା,
ବାଲୁକା ପୁଜିବା ଯାଇ
ଆ କା ମା ବୈ
କହି ଡଙ୍ଗା ଦିଅ ଭସାଇ ।
ବଡ଼ି ଭୋରୁ ନିଦ୍ରାକୁ ଛାଡିବା
ଗଙ୍ଗାଙ୍କ ନାମରେ ସ୍ନାନ ଯେ କରିବା
ହରି ବୋଲ ହୁଳହୁଳି ସଭିଏଁ କରିବା
ପାନ ଗୁଆ କୁ ଡ଼ଙ୍ଗା ରେ ରଖିବା ।
ଆନନ୍ଦ ମନରେ ଦୀପକୁ ଜଳାଇ
ଆ କା ମା ବୈ
କହି ଡ଼ଙ୍ଗା ଦିଅ. ଭସାଇ ।
ପଞ୍ଚୁକ ବ୍ରତ ର ହୋଇବ ସମପନ
ବଗ ବି ଆମିଷ ନ କଲା ଭକ୍ଷଣ
ହବିସ୍ୟ ଭୁଞ୍ଜି ମାସକ ରହିଲେ
ଆକାଶ ଦୀପ କୁ ସଂଜ ରେ ଜାଳିଲେ ।
ହରି ନାମ କରି ଦାଣ୍ଡେ ଯିବ ଗାଇ
ଆ କା ମା ବୈ
କହି ଡ଼ଙ୍ଗା ଦିଅ ଭସାଇ ।
