STORYMIRROR

Satyabati Swain

Classics

3  

Satyabati Swain

Classics

ସୁନା ହରିଣ

ସୁନା ହରିଣ

1 min
413

ମୁଁ ଜାଣିଛି ସୁନା ହରିଣ 

ଏକ ମାୟା ସୁର

ତୁମେ ବି ଜାଣିଥିଲ

କିନ୍ତୁ କିଅର୍ଥେ ତା ପଛେ ଧାଇଁଲ ?


ହେ ବିଶ୍ୱ କାରିଗର!

ଆକାଶରେ ତୁମ ମୁହଁ

ପବନରେ ତୁମ ଗନ୍ଧ

ଫୁଲରେ ତୁମ ରଙ୍ଗ

ମୋ ଆଖିରେ ତୁମ ଛବି

ମୁଁ କେବଳ ତୁମେ ମୟ

ଭିତର ବାହାର।


ମୋ ଆଶାର ଡେଣା ତୁମେ

ଆକାଂକ୍ଷା ର ସୂର୍ଯ୍ୟ

ଭରସା ଓ ବିଶ୍ୱାସର ଓଁକାର

କାର୍ତ୍ତବ୍ୟର ପଥ

ନିଃଶ୍ବାସର ଅମ୍ଳଜାନ।


ତୁମେ ହିଁ ଛାଇଛ ମୋ ନିଦରେ

ରଙ୍ଗ ଭରୁଛ ସପନେ

ଚଢାଉଛ ସଫଳତା ଶିଡି

ଚଖାଉଛ ଅସଫଳତାର

ତିକ୍ତ ସ୍ୱାଦ

ଖୋଲା ଆଖିରେ ତୁମେ

ମୁଦା ଆଖିରେ ବି ଦୃଶ୍ୟମାନ।


ଚଳାଉଛ ହାତ ଧରି

ଦେଖାଉଛ ଜଗତ ସୁନ୍ଦର

ମାୟା ମୋହ ସମ୍ପର୍କ ଡୋରରେ

ବାନ୍ଧୁଛ ଜୀବନ

ଲାଳସା ଲୋଭ ଦେଇ

ଦୌଡାଇ ମାରୁଛ

ସୁଖ ସୁନା ହରିଣ ପଛେ।


ସୁନା ହରିଣ ମାୟା

ତୁମେ ଜାଣିଛ

ତେବେ ବି ମୋ ମନରେ ତା ପ୍ରାପ୍ତି ଅର୍ଥେ

ଏତେ ଆସକ୍ତି ଭରିଛ !

ଦୌଡାଇ ଦୌଡାଇ

ଅଣନିଃଶ୍ଵାସୀ କରୁଛ ? 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics