STORYMIRROR

Bijoy Jena

Classics Inspirational Others

3  

Bijoy Jena

Classics Inspirational Others

ସକାଳର ଜଣାଣ

ସକାଳର ଜଣାଣ

1 min
308


 

ହେ ଆନନ୍ଦମୟ    ପରମଈଶ୍ୱର

    ତୁମେ ଜଗତର ନାଥ

ତୁମରି ଆଜ୍ଞାରେ   ସୁରୁଜ ଆସନ୍ତି

     ଆଲୋକରେ ଉଦ୍ଭାସିତ ।


ଦିବସ ରଜନୀ     ଋତୁ ଚକ୍ର ପୁଣି

     ତୁମରି ଆଦେଶେ ହୁଏ

ଜନମ ମରଣ     କରମ ବନ୍ଧନ

      ସବୁକିଛି ଫେଡ଼ା ଯାଏ।


ଯେତିକି ଦିନର    କଣ୍ଟ ରହିଅଛି

     ସେତିକି ଦିନର ବାସ

ସେଥିପାଇଁ କିମ୍ପା  ଲୋଭାତୁର ହେବି

    ଧନ ଦାରା ସୁତ ପାଶ।


ମୋର ମୋର ବୋଲି  ଯାହାକୁ ଭାବୁଛ

     ମୋହର ତ କିଛି ନାହିଁ

ଜୀବ ଯିବା ବେଳେ  ନଯାନ୍ତି ସାଥିରେ

   ଏକା ତୁହି ପ୍ରଭୁ ରହି।


ଏସବୁ ଭାବନା   ମନରୁ ପୋଛିକି

     ସତ୍ୟ ଧରମରେ ଚଳି

ମଣିଷ ଜନମ    ବିତାଇ ଦେବାକୁ

     କରୁଅଛି ପାଶେ ଅଳି।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics