Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Others

4  

Nrusingha Narayan Tripathy

Others

ଭକ୍ତ ହୃଦ ଚନ୍ଦନ ହେ ଚକାନୟନ

ଭକ୍ତ ହୃଦ ଚନ୍ଦନ ହେ ଚକାନୟନ

1 min
331



ଦେଖି ଚକା ଆଖି ତୋର ଚକା ନୟନ

 ଲାଖିଯାଏ ମନ ମୋର କରି ଦର୍ଶନ ।।

 ବାରମ୍ବାର ମନ ଚାହେଁ ମଧୁସୂଦନ

ଦେଖିବାକୁ ତୋର ହସ ପ୍ରତ୍ୟେକ କ୍ଷଣ ।।


ବାଙ୍କ ଚାହାଁଣୀରେ ପ୍ରଭୁ କର କୁହୁକ

ହସ ଅଧରରେ ତୋର ଅଛି ଚୁମ୍ବକ ।।

ଜଗତ ଦେଖୁଛ ତୁମେ ଯେ ଅପଲକ

ଦାୟିତ୍ୱେ ପାଳୁଛ ପ୍ରଭୁ ସଂସାର ଯାକ ।।


ହୃଦୟ ଚନ୍ଦନ ମୋର ମନ ମୋହନ

ଭାବରେ ବାନ୍ଧିଛ ପ୍ରଭୁ ସାରା ଭୁବନ ।।

ପାପ ତାପ ଦୁଃଖ ହର ହରି କଷଣ

ତୁମ ପାଦତଳେ କରେ ପରା ଜଣାଣ ।।


ନୀଳାଚଳ ନାଥ ପ୍ରଭୁ ଜଗତ ନାଥ

ଭକ୍ତଙ୍କୁ ଡାକୁଛ ତୁମେ ପ୍ରସାରି ହାତ ।।

କର ଲୀଳା ଖେଳା ପ୍ରଭୁ ସର୍ବେ ମୋହିତ 

ପତିତ ଉଦ୍ଧାର ପାଇଁ ଉଡ଼ାଅ ନେତ ।।


ଭକ୍ତ ପ୍ରେମେ ବନ୍ଧା ସଦା ତୁମ ପରାଣ

ନାମ ସଂକୀର୍ତ୍ତନେ ତୁମେ ରଖଟି ମନ ।।

ଭକ୍ତ ହୃଦ ଚନ୍ଦନ ହେ କଳା ବାମନ 

ଭକ୍ତ ମନୋବାଞ୍ଛା ସଦା କର ପୂରଣ ।।



Rate this content
Log in