STORYMIRROR

Ashutosh Swain

Classics

3  

Ashutosh Swain

Classics

ମୁଁ ଯଦି ଚାଲିଯିବି

ମୁଁ ଯଦି ଚାଲିଯିବି

1 min
460


ଯଦି କାଲି ମୁଁ ଚାଲିଯିବି

ତୁମେ କାନ୍ଦିବ କି ନାହିଁ ଜାଣିନି

ତୁଟିଥିବା ସଂପର୍କର ଭାବନାରେ

ତୁମେ ହସିବ କି ନାହିଁ ଜାଣିନି

ମାନବିକତାର ଦ୍ୱାହିରେ

କିନ୍ତୁ ଜାଣିଛି,

ବଞ୍ଚି ରହିବ ହାଲୁକା ହୋଇ

ରାତ୍ରି ସ୍ୱପ୍ନ ଭାବି

ସ୍ୱପ୍ନର ଯେମିତି ମାନେନାହିଁ

କିଛି କ୍ଷଣ ପାଇଁ ଦେଖିବାକୁ ହୁଏ

ତୁମ ଜୀଇଁବାର କାରଣ ବଢୁଥିବାବେଳେ

ମୋର ବଞ୍ଚିବାର ଆଶା କ୍ଷୀଣ ହେଲାଣି

ତୁମେ ନୂଆ ଭାବନା ଦେଖିଲେ

ମୋର ପୁରୁଣା ଅହଂ ତୁଟିଲାଣି

ତୁମେ କାଞ୍ଚନ ପାଉଛ ସିନା

ମୋର ଦୂର୍ବାଦଳବି ନଷ୍ଟ ହେଲାଣି

ତୁମେ ଭବିଷ୍ୟତକୁ ଦେଖିଲେ

ମୁଁ ବର୍ତ୍ତମାନକୁ ହରେଇଦେଲାଣି

ହାରିବାକୁ ନଚାହିଁ ବି ମୂର୍ଛାପଡିଛି

କିଛି ପାଇବାକୁ କିଛି ହରେଇବାକୁପଡେ

ତୁମ ନୂତନତ୍ୱରେ ମୋର ଅସ୍ଥିତ୍ୱର ବାଜି॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics