ଅସ୍ପୃଶ୍ୟତା-ଘୃଣ୍ୟ ମାନସିକତା
ଅସ୍ପୃଶ୍ୟତା-ଘୃଣ୍ୟ ମାନସିକତା
ମଣିଷର ଦୁର୍ବଳ ମାନସିକତା ଜନ୍ମ ଦେଲା
ଭେଦ ଭାବ ଏଇ ସମାଜରେ
ମଣିଷ ମଣିଷକୁ ହିଁ ଭିନ୍ନ ଦୃଷ୍ଟିରେ ଦେଖିଲା
ଘୃଣା ଭାବନା ରଖି ହୃଦରେ
ସୃଷ୍ଟି ଆରମ୍ଭରୁ ଜାତି ଧର୍ମ କିଛି ବି ନ ଥିଲା
ମାନବିକତା ଥିଲା ହୃଦରେ
ସଭ୍ୟତାର ବିକାଶ ସହିତ ଭିନ୍ନ ମତ ବାଦ
ସୃଷ୍ଟି ହେଲା ସମାଜ ଭିତରେ
ବୃତ୍ତି ଗତ ଜୀବନ ଶୈଳୀକୁ ନେଇ ବିଭାଜନ
ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୁଦ୍ର
ସେହି ପରି ବର୍ଣ୍ଣ ବୈଷମ୍ୟ ସମସ୍ୟା ଉପୁଜିଲା
ହୀନ ମାନସିକତାର ଛିଦ୍ର
ଏବେ ବି ରହିଛି ଛୁଆଁ ଅଛୁଆଁ ର ଭେଦ ଭାବ
ଖୋଲା ଖୋଲି ଦେଖିବାକୁ ମିଳେ
ମନ୍ଦିର, ଅଫିସ୍,ସ୍ୱାସ୍ଥ୍ୟକେନ୍ଦ୍ର ପ୍ରାୟ ସବୁଠାରେ
ଅସ୍ପୃଶ୍ୟତା ଲୁଚକାଳି ଖେଳେ ।
ହିନ ମାନସିକତାର ହେଲା ପରେ ବଶବର୍ତ୍ତୀ
ଭାଵନା କୁ କରଇ ସାକାର
ଗାଈକୁ ମାତା କହି ଗୁହାଳରେ ବନ୍ଧନ ରଖି
କୁକୁର ବୁଲେ ଘର ଭିତର
ପାଇଖାନା ସଫା-କାରୀ କୁ ଅତି ମଧୁର କଥା
କାମ କରେଇବା ସୁତ୍ର ମାତ୍ର
ଯଦି ସେହି ସଫା-କାରୀ ମନ୍ଦିରରେ ହୁଏ ଦେଖା
ଦୂରରେ ,ଛୁଇଁଲେ ଅପବିତ୍ର ।
ସମାଜର ଚିନ୍ତାଧାରା ଦାୟୀ ଅସ୍ପୃଶ୍ୟତା ପାଇଁ
ସହଜରେ ହୁଏ ଅନୁମେୟ
ପ୍ରଥମେ ଜାତି,ଉପ ଜାତି ,ଦଳିତ ର ଦ୍ୱାହି ଦେଇ
ସମାଜରୁ ବାସନ୍ଦ ହିଁ ପ୍ରାୟ
ପରେ ଭୋଟ ପାଇଁ ସଂରକ୍ଷଣ ଘୋଷଣା କରିଣ
ନିଯୁକ୍ତିରେ ହୁଏ ସଂରକ୍ଷଣ
ସହକର୍ମୀ ବି ବେଳେ ବେଳେ ମନ୍ତବ୍ୟ ରଖିଥାନ୍ତି
ସଂରକ୍ଷଣ ବଳରେ ଉତ୍ଥାନ
ଛଅସ୍ତ୍ତୋରି ବର୍ଷ ସ୍ବାଧିନତା ପରେ ସଂରକ୍ଷଣ
ଭେଦ ଭାବ ସ୍ପଷ୍ଟ ଅନୁମେୟ
କ୍ଷମତା ହାସଲ ପାଇଁ ଭୋଟ ବ୍ୟାଙ୍କ ପରି କାମ
ରହିଛି,ବୋଧେ ରହିବ ପ୍ରାୟ
ମଣ୍ଡେଲା,ମହାତ୍ମା ପରି ମହାପୁରୁଷଙ୍କ ସ୍ୱର
ଅସ୍ପୃଶ୍ୟତା ନିବାରଣ ପଣ
କଳା ଗୋରା ଭେଦ ଭାବ, ଛୁଆଁ ଅଛୁଆଁ ଭାବନା
ଲୁଚକାଳି,ରହିଅଛି ଚିହ୍ନ ।
ସର୍ବେ ଯେବେ ଏକାକାର,ହେବନି ବେଦ ବିଚାର
କେବେ ହେବେ ଏକାକାର?
ସଭ୍ୟତା ଚରମ ସୀମାରେ ବୋଲି ପ୍ରାୟ ବିଦିତ
ଅସ୍ପୃଶ୍ୟତା କେବେ ହେବ ଦୂର ?