ଆ'ରେ ମିତ ତୁ ଆ
ଆ'ରେ ମିତ ତୁ ଆ


ଆରେ ମିତ ତୁ ଆ
ଆମ୍ବ ତୋଟା ପାଖେ ନିରୋଳାରେ ବସି
ସୁଖ ଦୁଃଖ ହେବା ଆ
ସୁଖ ଦୁଃଖ ହେବା ଆ ।
ଆ ରେ ମିତ ତୁ ଆ
ମନ ଗହନରେ ଅକୁହା ବ୍ୟଥାକୁ
ବଣ୍ଟା ବଣ୍ଟି ହେବା ଆ ।
ଆ ରେ ମିତ ତୁ ଆ
ମନର କପଟ ହିଂସା ଦ୍ଵେଷ ସ୍ଵାର୍ଥ
ଫୋପାଡି ଦେଇ ତୁ ଆ
ନିରିମଳ ମନେ ଶୀତୁଆ ଖରାରେ
ମନ ଖୋଲି ଦେବା ଆ ।
ଆ ରେ ମିତ ତୁ ଆ
ମିତ ପଣିଆର ଗହନ କଥାକୁ
କାନେ କାନେ କହି ଯା ।
ଆ ରେ ମିତ ତୁ ଆ
ମୋ ପାଖରେ ଯେତେ ଦୁରୁଗୁଣ ଅଛି
ଦେଖେଇ ଦେଇ ତୁ ଯା
ଦୁର୍ଗୁଣ କୁ ମୁଁ ଯେ ଦେଖି ପାରୁ ନାହିଁ
ମିତ ତୁ ପାଖକୁ ଆ ।
ଆ ରେ ମିତ ତୁ ଆ
ଜୀବନ ଜଞ୍ଜାଳେ ଥକି ପଡିଲାଣି
ଆଶ୍ୱାସନା ଦେଇ ଯା ।
ଆ ରେ ମିତ ତୁ ଆ
ଅବୁଝା ଦୁନିଆ ବୁଝି ପାରୁ ନାହିଁ
ବୁଝାଇ ଦେଇ ତୁ ଯା
ଆ ରେ ମିତ ତୁ ଆ
ଅବଶ ହେଲାଣି ଶରୀର ଓ ମ
ନ
ପ୍ରେମ ସ୍ପର୍ଶ ଦେଇ ଯା ।
ସମସ୍ୟା ଜାଲରେ ଛନ୍ଦି ହୋଇ ଅଛି
ଛନ୍ଦଣୀ ତୁ ଖୋଲି ଯା ।
ଆ ରେ ମିତ ତୁ ଆ
ବାଟ ଭୁଲି ଯଦି ଅବାଟେ ଯାଉଛି
ବାଟ ତୁ ଦେଖାଇ ଯା ।
ଆ ରେ ମିତ ତୁ ଆ
ନିରୋଳାରେ ସୁଖ ଦୁଃଖ ବାଣ୍ଟି
ହାଲୁକା ହେବାରେ ଆ ।
ମନ ଖୋଲି ଆମେ ନିଷ୍ଠାପ ମନରେ
କଥା ରେ ଯେ ମଜ୍ଜିଯିବା
ବ୍ୟଥାର ବରଫ ଲୁହ ହୋଇଗଲେ
ପୋଛା ପୋଛି ହେବା ଆ ।
ଆ ରେ ମିତ ତୁ ଆ
ତୋର ମୋର ବନ୍ଧନର କଥା
ଦୁନିଆକୁ କହି ଯା ।
ଆ ରେ ମିତ ତୁ ଆ
ସ୍ନେହର ପରଶେ ପ୍ରେମର ଆବେଶେ
ବନ୍ଧୁତା ଗାଥା କହି ଯା |
କହି ଯା ମୋ ମିତ ଯେତେ ଦୂରେ ଥିଲେ
ବନ୍ଧୁତ୍ଵ ଅତୁଟ ଥାଏ
କହି ଯା ମୋ ମିତ ମିତ୍ରତା ରେ କେବେ
ସ୍ଵାର୍ଥର ଛାୟା ନ ପଡ଼େ ।
ଆ ରେ ମିତ ତୁ ଆ
ସାଙ୍ଗ ହୋଇ ଆମେ ମିତ୍ରତାର ବାର୍ତ୍ତା
ଦୁନିଆରେ ବାଣ୍ଟି ଦେବା
.