STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ସାତ ସୁରେ ବନ୍ଧା ଏ ଜୀବନ

ସାତ ସୁରେ ବନ୍ଧା ଏ ଜୀବନ

1 min
0

ଜୀବନର ଗୀତ ଅପୁର୍ବ ତା ସ୍ରୋତ
ସାତୋଟି ସୁରରେ ବନ୍ଧା
କେବେ ଆନନ୍ଦର ମଧୁର ମୂର୍ଚ୍ଛନା
କେବେ ଦୁଃଖି ନିଶିଗନ୍ଧା ।💐

ଜୀବନ ସଂଗୀତେ କେବେ ବାଜିଉଠେ
ରାଗ ମହ୍ଲାର ଝଙ୍କାର
ସଭିଙ୍କୁ ଭିଜାଏ ମନ ଓଦା କରେ
ବାସନା ଭିଜା ମାଟିର ।💐

ଆଠଟି ଅକ୍ଷର ଅପୂର୍ବ ତା ସୁର
କେତେ ରାଗ ତୋଳି ଦିଏ
ଶିଶୁର ଦରୋଟି ହସରେ ଭିଜାଏ
କେବେ କରୁଣତା ଭରେ ।💐

କେବେ ତୋଳିଦିଏ ବାସଲ୍ୟ ରାଗିଣୀ
କେବେ କୈଶୋର ସଂଗୀତ
ପ୍ରେମର ପୁଲକେ ଜଗାଏ ହଜାଏ
ସବୁଜ ସ୍ମୃତି ମଧୁର ।💐

ଜୀବନ ସଂଗୀତେ କେବେ ଭରି ଯାଏ
କର୍ତ୍ତବ୍ୟର ଶାନ୍ତ ସ୍ରୋତ
ଆତ୍ମ ସନ୍ତୋଷରେ ଗୁଣୁ ଗୁଣୁ ଗାଏ
ଜୀବନର ଚାରୁ ଗୀତ ।💐

ଜୀବନ ସଂଗୀତେ ଭରି ଯାଏ କେବେ
ବେଦନା ବୋଧ ନିନାଦ
କେବେ ସେ କନ୍ଦାଏ କେବେ ସେ ହସାଏ
ଏଇ ତ ଜୀବନ ବୋଧ ।💐

ସାତ ସୁରେ ବନ୍ଧା ଏ ଜୀବନ ଧାରା
ସ୍ୱୀକାରୋକ୍ତି ତାର ମନ୍ତ୍ର
ଆନନ୍ଦ, ବିରହ, କରୁଣ ରସରେ
ଗାଏ ଜୀବନର ଗୀତ ।💐

ସାତସୁର ଅଟେ ଜୀବନର ଛନ୍ଦ
ରାଗ ରାଗିଣୀର ତତ୍ତ୍ଵ
ଷଡଜ, ଗାନ୍ଧାର, ମଧ୍ୟମ, ପଞ୍ଚମ
ଧୈବତ. ନିଷାଦ ସେତ ।💐

ଜୀବନ ସଂଗୀତ ସାତ ସୁରେ ଛନ୍ଦା
ଛିଡିଗଲେ ଗୀତ ନୋହେ
ଆଠଟି ଅକ୍ଷର ସାତଟି ସୁରକୁ
ସଞ୍ଚାଳିତ କରି ଥାଏ ।💐

ଏ ଜୀବନ ବନ୍ଧା ସାତଟି ସୁରରେ
କେହି ସ୍ଥିର ରହେ ନାହିଁ
ଜୀବନର ଛନ୍ଦ ଚାଲେ ମନ୍ଦ ମନ୍ଦ
ଆପଣେଇ ନେବା ପାଇଁ ।💐

ଜୀବନ ସୁରରେ ଦୁଃଖ ଓ ହତାଶା
କେବେ ସୁଖ ବୈତରଣୀ
କେବେ ସଫଳତା କେବେ ବିଫଳତା
କେବେ ଅମୀୟ କାହାଣୀ ।💐

ଜୀବନ ସଙ୍ଗୀତ କେବେ ଭାବମୟ
ପ୍ରଭୁ ରସେ ଭିଜା ଭିଜା
ସାଗର ସୈକତେ କେବେ କୋଳାହଳ
କେବେ ସହଯୋଗ ଖୋଜା l💐

ସାତ ସୁରେ ବନ୍ଧା ଜୀବନ ସଂଗୀତ
ଗାଇ ତ ପାରିଲେ ହେଲା
ଛନ୍ଦରେ ନାଦରେ ପ୍ରେମ ପରଶରେ
ସୁର ତୋଳୁ ଥିଲେ ହେଲା ।💐

  


Rate this content
Log in

Similar oriya poem from Inspirational