STORYMIRROR

Sarojini Mishra

Abstract

4  

Sarojini Mishra

Abstract

ଶୁଭ ହେଉ ନବ ବରଷ

ଶୁଭ ହେଉ ନବ ବରଷ

1 min
0

ନବବର୍ଷ ହେଉ ଶୁଭ ଶାନ୍ତି ମୟ
ପ୍ରୀତିମୟ ହେଉ ପ୍ରାଣ
ମଣିଷ ପଣିଆ ମନ କିଣୁ ଥାଉ
ମାନବତା ଜିଣୁ  ମନ ।

ସଂପର୍କର ଅର୍ଥ ସଭିଏଁ ବୁଝନ୍ତୁ
ଆବେଗେ ସୌଭାଗ୍ୟ ଭରୁ
ଜୀବନର ଲକ୍ଷ୍ୟ ଜଳ ଜଳ ଦିଶୁ
ସଂସ୍କାର ମହକ ପୁରୁ ।

ଶିଶୁ ମନ ବୀଣା ଆନନ୍ଦ ଛନ୍ଦରେ
ପବିତ୍ର ଭାବନା ଘୋଷୁ
କିଶୋର ମନର ଅବୁଝା ପଣରେ
ସୁଦିଶା ର ଛବି ଭାସୁ ।

ଯୁବକ ମନର ଉଦ୍ଦାମତା ସ୍ରୋତ
ସୁକର୍ମରେ ଭାସୁ ଥାଉ
ଘରେ ଓ ବାହାରେ ଗ୍ରାମରେ ଦେଶରେ
କର୍ତ୍ତବ୍ୟ ଭାବନା ଜାଗୁ |

ପ୍ରତି ଜୀବନର ପଥରେ ପ୍ରାନ୍ତରେ
ସୀମାରେଖା ସୂତ୍ର ବାନ୍ଧୁ
ଆବେଗିକ ଛନ୍ଦ ଛନ୍ଦ ନ ହରାଉ
ସୁଭାବନା ଛନ୍ଦେ ଛନ୍ଦୁ ।

ଯୁବକ ସେବକ ଭାବୁକ ମନରେ
ଦାୟିତ୍ୱର ଢେଉ ଖେଳୁ
ଅଣଦେଖା ନୋହୁ କର୍ତ୍ତବ୍ୟ ଭାବନା
ପ୍ରେମ ପ୍ରତି ମନ ଢ଼ଳୁ ।

ବୟସ୍କ ଆୟୁଷ ଅଣଦେଖା ନୋହୁ
ସୁଚ଼ିନ୍ତନେ ମନ ଭରୁ
ବାର୍ଦ୍ଧକ୍ୟ ନ ହେଉ ଜୀବ ପାଇଁ ବୋଝ
ଭକ୍ତି ଭାବେ ମନ ପୁରୁ ।

ଅତୀତ ସ୍ମୃତିରୁ ଶିକ୍ଷା ସାଉଁଟିବା
ଇଚ୍ଛା ଶକ୍ତି ଜାଗି ଉଠୁ
ଶିଖିବା ଦେଖିବା ଜୀବନେ ଲଗାଇ
ଜୀବନରେ ଫୁଲ ଫୁଟୁ ।

ଆତ୍ମାର ସନ୍ତୋଷ ସାଉଁଟା ମୁହୂର୍ତ୍ତ
ଆବାହନୀ ହେଉ ଥାଉ
ଜୀବନର ମୂଲ୍ୟ ସଭିଏଁ ବୁଝନ୍ତୁ
ସମୟ ଆଭା ଖେଳାଉ ।

ନାରୀ ଟିଏ ସଦା ତାର ବିଶେଷତ୍ଵ
ମଣ୍ଡିତ କରାଇ ରଖୁ
ବନ୍ଦନୀୟା ଗୁଣେ ସମାଜ ବୁକୁରେ
ସଂସ୍କାର ଚନ୍ଦନ ମାଖୁ ।

ନବବର୍ଷ ହେଉ ସର୍ବ ଶୁଭମୟ
ପ୍ରକୃତି ସୁକୃତି ମିଳୁ
ପ୍ରତିଟି ପ୍ରାଣରେ ମଣିଷ ପଣିଆ
ଶାନ୍ତି ବାରି ସଦା ଢ଼ାଳୁ ।

ମହାପ୍ରଭୁଙ୍କର ଆଶିଷ ବାରି ରେ
ଧରା ବିମଣ୍ଡିତ ହେଉ
ପୂତ ପବିତ୍ରତା ଅମୀୟ ସ୍ରୋତରେ
ଜଗତ ଉଦ୍ଧାର ହେଉ ।






Rate this content
Log in

Similar oriya poem from Abstract