STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ଆତ୍ମଶକ୍ତି

ଆତ୍ମଶକ୍ତି

2 mins
2


ଆତ୍ମାର ଆବେଗ ଦୁର୍ମୁଲ୍ୟ ବୈଭବ
ଶକ୍ତି ସଂଜୀବନୀ ଅମୃତ ଧାରା
ଭବାର୍ଣ୍ଣବେ ସ୍ଥିତପ୍ରଜ୍ଞତା ରହସ୍ୟ
ପଞ୍ଚ ବିକାରକୁ ନ ଦିଏ ଚାରା । ୧

 ପଞ୍ଚମହାଭୂତେ ଜୀବନର ସୃଷ୍ଟି
ଆତ୍ମା ଉପସ୍ଥିତି ଦିବ୍ୟ ମେଖଳା
ଆତ୍ମାର ଡକରା ପ୍ରେମ ରସେ ଭରା
ଦୟା, କ୍ଷମା, ତ୍ୟାଗ ନୀତି ପଖଳା ।୨

ଜୀବନ ଆରମ୍ଭ ଶେଷ ପରିଯନ୍ତେ
ଆତ୍ମ ଶକ୍ତି ଦିଏ ଜୀବନ ମୂଲ୍ୟ
ଆତ୍ମ ନିରିମଳେ ଆତ୍ମ ଶକ୍ତି ବଢ଼େ
ଧୀର ସ୍ଥିର ଚିତ୍ତ ଅଟେ ଅଟଳ |୩

ଆତ୍ମ ଶକ୍ତି ବଢ଼େ ପବିତ୍ର ମଣ୍ଡଳେ
ହୃଦୟ ସତ୍ୟର ଅଟେ ଆଧାର
ଆତ୍ମ ଶୁଦ୍ଧତାରେ ଦୃଢ଼ ମନୋବଳ
ଆତ୍ମ ଶକ୍ତି ପାଖେ କ୍ଳେଶ ବଧିର । ୪

ଉତ୍ତମ ପ୍ରକୃତି ଦିବ୍ୟ ଅନୁଭୂତି
ଜାଗୃତି ମନ୍ତ୍ରରେ ଦୀକ୍ଷିତ ହୁଏ
ଚେତନା ଜାଗ୍ରତେ ଭୟ ଭ୍ରାନ୍ତି କାଟେ
ଆତ୍ମଶକ୍ତି ସଦା ପଥ ଦର୍ଶାଏ ।୫

ଆତ୍ମଶକ୍ତି ଆତ୍ମା ଶାନ୍ତି ପ୍ରଦାୟିନୀ
ଆତ୍ମ ବିଶ୍ୱାସର ଉନ୍ମେଷ ଧାରା
ପ୍ରତିକୂଳେ ଦିଏ ପ୍ରତିରକ୍ଷା ମନ୍ତ୍ର
ଦୃଢ଼ ମନୋବଳ ବନେ ସାହାରା ।୬

ଆତ୍ମଶକ୍ତି ଅଟେ ଅମୋଘ ଅସ୍ତ୍ରଟେ
ନିର୍ଭୟେ ସମସ୍ୟା ସାମନା କରେ
କଣ୍ଟକିତ ପଥେ ଦୁର୍ବାର ଆକାଂକ୍ଷା
ମନବଳେ ତାର ପୁରଣ ହୁଏ ।୭

ପାଞ୍ଚ ମନ ଆଉ ପଚ଼ିଶ ପ୍ରକୃତି
ବଶ ହୋଇ ଦିଏ ଦିବ୍ୟ ମୁକତି
ଝଡ଼ଝଞ୍ଜା ମଧ୍ୟେ ଦୃଢ଼ତା ଦେଖାଏ
ସାମ୍ନା କରିବାରେ ଅଟଳ ଶକ୍ତି ।୮

କ୍ଷୀଣ ଆଶା ମଧ୍ୟେ ଭରସାର ସ୍ରୋତ
ଚିତ୍ତ ସ୍ଥିରତାର ଅପୂର୍ବ କୃତି
ଆତ୍ମଶକ୍ତି କରେ କଷ୍ଟର ଲାଘବ
ଜୀବନ ମୁକ୍ତିର ଅଲିଭା ବତୀ ।୯

ଆତ୍ମଶକ୍ତି ଦିଏ ଜହ୍ନର ଖବର
କଷ୍ଟ ଅନିଷ୍ଟ ରୁ ଜାତ ଯେ ମୋତି
ଆତ୍ମଶକ୍ତି ଦୂର କରେ ଭୟ ଭ୍ରାନ୍ତି
ବିବେକ ଡାକରେ ଦିନ କି ରାତି । ୧୦

ଆତ୍ମଶକ୍ତି ଜାଳେ ସ୍ୱାଭିମାନ ଶିଖା
କ୍ଳେଶ ସହିବାର ଅମୋଘ ଅସ୍ତ୍ର
ଆତ୍ମଶକ୍ତି ବଳେ ଦିବ୍ୟାଙ୍ଗ ଜୀବନ
ହୋଇ ଉଠେ ପୁଣି ସଦା ପୁରିତ । ୧୧

ଆତ୍ମବଳେ କର୍ମ ସିଦ୍ଧିର ଶିଖରେ
କର୍ତ୍ତବ୍ୟ ସ୍ରୋତରେ ନପଡେ ଭଟ୍ଟା
ଆତ୍ମଶକ୍ତି ବଳେ ପଙ୍ଗୁ ଲଙ୍ଘେ ଗିରି
ତିକ୍ତତା ମଧ୍ୟରେ ମିଳେ ମିଷ୍ଟତା |୧୨

ଶାରୀରିକ ବଳ ମୂଲ୍ୟ ପାଏ ନାହିଁ
ଆତ୍ମବଳ ଯଦି ମୁଣ୍ଡ ନ ଟେକେ
ବଳ ଥାଇ ପୁଣି ମଣିଷ ନିର୍ବଳ
ଜୀବନ ସତେ କି ଜୀଏଁ ନରକେ ।୧୩

ଆତ୍ମଶକ୍ତି ଦିଏ ଦୃଢ଼ୋକ୍ତିର ବାର୍ତ୍ତା
ଆତ୍ମଚେତନ ରେ ଜାଗୃତି ବାଣ୍ଟେ
ସ୍ଥିତପ୍ରଜ୍ଞ ଚିତ୍ତ ବିବେକ ପ୍ରେରିତ
ମନୋବଳ ସଦା ସାହସ କଣ୍ଟେ |୧୪

ଆତ୍ମଶକ୍ତି ସ୍ୱାଭିମାନର ମହଲେ
ସକାରାତ୍ମକତା ମନ୍ତ୍ର ଉଚ୍ଚାରେ
ଅନ୍ଧାରି ମୁଲକେ ଶୁଭ୍ର ବହ୍ନିଶିଖା
ପ୍ରଜ୍ଜୋଳିତ ଶକ୍ତି ତା ଅକ୍ତିଆରେ ।୧୫

ଆତ୍ମଶକ୍ତି ବିନା ଜୀବନ ଦୁଃସହ
ପଥ ପ୍ରଦର୍ଶିକା ଜୀବନ ଜ୍ୟୋତି
ଆତ୍ମଶକ୍ତି ଯଦି ଚେତନା ରାଜ୍ୟରେ
ଜନ୍ମ ସାର୍ଥକର ପୁଣ୍ୟ ବିଭୂତି । ୧୬

ଆତ୍ମ ଶକ୍ତି ହେଉ ପ୍ରତିଟି ପ୍ରାଣର
ଜୀବନ ଯାତ୍ରାର ଅମୋଘ ଅସ୍ତ୍ର
ପ୍ରତି ପଦକ୍ଷେପେ ଯୁଝିବାର ଶକ୍ତି
ଦେଇ କରୁଥାଉ ଆତ୍ମାକୁ ତୃପ୍ତ । ୧୭


Rate this content
Log in

Similar oriya poem from Inspirational