STORYMIRROR

Sarojini Mishra

Abstract

4  

Sarojini Mishra

Abstract

ମରୀଚିକା ର ତୃଷ୍ଣା

ମରୀଚିକା ର ତୃଷ୍ଣା

2 mins
27

ତୃଷ୍ଣାକୁ ପୁରଣ କରେ ଜଳପାନ
ମରୀଚିକା ଅଟେ ଯେ ପ୍ରହେଳିକା
ଜୀବନ ରାସ୍ତାରେ ଝାଇଁ ଖରାବେଳେ
ଜଳ ଭାବି ସିନା ଦଉଡ଼େ ଏକା I ୧
 
ଜୀବନ ରେ ତୃଷ୍ଣା ଆଣେ ନୈରାଶ୍ୟତା
ଶାନ୍ତି ଖୋଜି ବୁଲେ ଦୁନିଆ ମଞ୍ଚେ
ପାଖେ ଯାଇ ଦେଖେ ନିରାଶା ପୋଟଳୀ
ମରୀଚିକା ସମ କ୍ଷତାକ୍ତ କରେ ।୨

ଆଶା ତୃଷ୍ଣା ନଈ କେବେ ଶୁଖେ ନାହିଁ
ଶାନ୍ତିର ସପନେ ଅଶାନ୍ତ ଝଡ଼
ନିଜ ପାଖେ ଶାନ୍ତି ଖୋଜୁଛି ପ୍ରାନ୍ତରେ
ତୃଷ୍ଣା ନିବାରଣେ ଦେଉଛି ଦୌଡ଼ ।୩

ପ୍ରେମ ଭାବି କିଏ ବ୍ୟାକୁଳେ ଦଉଡ଼େ
ମରୀଚିକା ସମ ଯାତନା ପାଏ
ପ୍ରେମ ଭାବି ସିଏ ସତୃଷ୍ଣେ ଅନାଇ
ପାଖେ ଦେଖେ ପ୍ରେମ ନୁହଁଇ ସିଏ ।୪

ପ୍ରାପ୍ତିର ତୃଷ୍ଣା ରେ ମଣିଷ ବିକଳ
ଦଉଡ଼ି ଦଉଡ଼ି ହାଲିଆ ହୁଏ
ପ୍ରାପ୍ତି ର ତୃଷ୍ଣାଟି ଅବାସ୍ତବ ହେଲେ
ଜୀବନେ ନିରାଶା ଝଡ଼ ଯେ ବହେ । ୫

ଧନ ସମ୍ପରତ୍ତିର ଲାଳସା ତୃଷ୍ଣାରେ
ଜୀବନ ହୁଅଇ ଚ଼ିର ବ୍ୟଥିତ
ଏ ତୃଷ୍ଣା ଚୋରାଏ ମଣିଷ ପଣିଆ
ଲୋକ ଲୋଚ଼ନରେ ସଦା ନିନ୍ଦିତ ।୬

ମିଛ ପ୍ରେମ ମିଛ ଅଭିନୟ ପରା
ମରିଚୀକା ଭଳି ଆକୃଷ୍ଟ କରେ
ବାସ୍ତବ ଭୂମିରେ ମନ ନା ରହିଲେ
ନୈରାଶ୍ୟତା ପରା ଜୀବନ ଘେରେ ।୭

କାମନାର ରଙ୍ଗ ନ ଚିହ୍ନି ମଣିଷ
ପ୍ରୀତି ରଙ୍ଗ ଭାବି ବିଭୋର ହୁଏ
ସେଇ ବିଭୋରତା ଆଣଇ ଦୁର୍ଗତି
ତୃଷ୍ଣା ତାକୁ ଖାଲି ଯାତନା ଦିଏ ।୮

ବହିର୍ମୁଖୀ ମନ ସତତ ଭ୍ରମିତ
ମରୀଚିକା ତୃଷ୍ଣା ପଛରେ ଥାଏଁ
ତୃଷ୍ଣା ମିଟେ ନାହିଁ ବାଟ ସରେ ନାହିଁ
କାହିଁ କେତେ ଦୂରେ ଚ଼ାଲି ଯେ ଯାଏ I୯

ମୋହେ ମୋକ୍ଷ ଦେଖି ଜୀବନ ରାସ୍ତାରେ
ଅଣ ନିଃଶ୍ୱାସୀ ସେ ହେଉ ଯେ ଥାଏ
ଜୀବନର ଲକ୍ଷ୍ୟ ଦୂରେ ଚାଲିଯାଏ
ଅମଣିଷ ହୋଇ ଜୀବନ ଜୀଏଁ ।୧୦

ଆକର୍ଷଣ କେବେ ମରୀଚିକା ସାଜି
ପ୍ରେମର ମନ୍ତ୍ର ତ ପଢୁ ଯେ ଥାଏ
ପାଖେ ଟାଣି ନେଇ ତୃଷ୍ଣାକୁ ବଢାଇ
ନିରାଶା ବାଲିରେ ଠିଆ କରାଏ । ୧୧

ତୃଷ୍ଣା କୁ ବଢାଇ ସୀମା ଟପି ଯାଇ
ମରୀଚ଼ିକା ମୋହେ ସମୟ ବିତେ
ମଣିଷ ଜନମ ଦୁର୍ଲଭ ଜନମ
ତୃଷ୍ଣା ଭିଜା କ୍ଳାନ୍ତି ଶେଷ ସିଦ୍ଧାନ୍ତେ ।୧୨

ମରୀଚିକା ଏଇ ଦୁନିଆଟା ପରା
ଆଶା ତୃଷ୍ଣା ନେଇ ମଣିଷ ଚ଼ାଲେ
ମରୀଚିକା କୁ ଯେ ଜଳାଶୟ ଭ୍ରମେ
ଦୁର୍ଲଭ ଜନମ ଅସାର ଭଲେ । ୧୩

ମରୀଚିକା ତୃଷ୍ଣା ଭ୍ରମିତ କରଇ
ମଣିଷ ତାହର ଅସ୍ତିତ୍ୱ ହାରେ
ବିବେକ ବାରଣ ନହୁଏ ସ୍ମରଣ
ବ୍ୟକ୍ତିତ୍ବ ହଜାଇ ଜୀଏଁ ଅସାରେ ।୧୪

ମିଛ ପ୍ରତିଶୃତି ମରୀଚିକା ତୃଷ୍ଣା
ମନ ଆଶା ବତୀ ଜଳାଇ ଦିଏ
ହେଲେ ଅପୂରଣ ମନେ ଯେ କଷଣ
ବେଦନାର ନିଆଁ ଆହତ କରେ । ୧୫

ମରୀଚିକା ତୃଷ୍ଣା ଭିତରୁ ବାହାରି
ବାସ୍ତବ ସୀମା ର  ସତୃଷ୍ଣ ତୃଷ୍ଣା
ନିଜ ଭିତରେ ଯେ ନିଜକୁ ଖୋଜିଲେ
ମନ ନ ହୋଇବ  କେବେ ବିତୃଷ୍ଣା । ୧୬  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract