Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Inspirational

3  

Bidyadhar Mantry

Abstract Classics Inspirational

ହସ ଏକ ଅଳଙ୍କାର

ହସ ଏକ ଅଳଙ୍କାର

1 min
172



ଶରୀରକୁ ଅଳଙ୍କାର ଯେପରି ଶୋଭା ବଢ଼ାଏ

ମୁଖରେ ହସ ସେହିପରି

ସୁନ୍ଦର ସ୍ବାସ୍ଥ୍ୟ ପାଇଁ ହୃଦୟରେ ଶାନ୍ତି ବିଚାର

ପୁଣି ହସ ନିହାତି ଜରୁରୀ।

ପ୍ରକୃତ ହସ ମଣିଷର ସହଜାତ ପ୍ରକୃତି

ହସ ଅଟେ ଜୀବନର ଶାନ୍ତି

ହସ କଥା ପରିକଳ୍ପନା କରାଯାଇ ନପାରେ

ଯଦି ମନରେ ଥାଏ ଅଶାନ୍ତି।

ଅଭାବ ଅସୁବିଧା ଜୀବନରେ ରହିଅଛି ପ୍ରାୟ

ଜୀବନରେ ନାହିଁ ହସ ରସ

ମନ ହୃଦୟରେ ସୁଖ ଶାନ୍ତି ବସା ବାନ୍ଧିଥିଲେ

ମୁଖ ମଣ୍ଡଳରେ ଫୁଟେ ହସ।

ହସ ପାଇଁ ସାନ ବଡ ଧନୀ ଗରିବର ଭେଦ

ପ୍ରାୟ ସେମିତି କିଛି ବି ନାହିଁ

ହସ ହିଁ ଶକ୍ତି,ହସ ହିଁ ମୁକ୍ତି, ହସ ଅଟେ ପ୍ରାଣ

ହସି ଦେଲେ ଦୁଃଖ ରହେ ନାହିଁ।

ଖୁସିରୁ ହିଁ ହସ ସୃଷ୍ଟି ହୁଏ ଖୁସି ଅଟେ ଧନ

ଖୁସି ହୃଦୟରୁ ଝରେ ହସ

ଜୀବନରେ ସବୁ ପ୍ରାପ୍ତ ହୋଇ ଶାନ୍ତି ନ ମିଳିଲେ

ସେହି ଜୀବନରେ ନାହିଁ ରସ।

ଯାହା ଅଛି ଯେତେ ବି ଅଛି,ତାକୁ ନେଇ ଖୁସି

ହେଲେ ହୋଇବ ଜୀବନ ଖୁସି

ଜୀବନ ଯନ୍ତ୍ରଣାକୁ ଭୁଲି ଆନନ୍ଦିତ ହେଲେ ହେଁ

ଆପେ ଆସିବ ହସ ବରଷି।

ମା କୋଳେ ଥିବା ଶିଶୁର ଦେଖିବାକୁ ତା'ର ହସ 

ସଭିଏଁ ବ୍ୟାକୁଳ ହୋଇ ଥାଆନ୍ତି

ସେହି ଶିଶୁ ଜୀବନରେ ଦୁଃଖ ଯନ୍ତ୍ରଣା ସହିଲେ

କେହି ପାଖକୁ ଆସୁ ନାହାନ୍ତି।

ମାନ ଅଭିମାନ ଭୁଲି ହସି ଦେଲେ ଏ ଜୀବନ

ସବୁବେଳେ ହେବ ମଧୁମୟ

ଧନ ସମ୍ପତ୍ତି ଅସ୍ଥିର, ଜୀବନ ଦୁଇ ଦିନର

ଜୀବନକୁ କର ହସମୟ।

ଯଦି ହସି କଥା ହେଲେ ପ୍ରିୟା ହସୁଅଛି

ହସରେ ବଶ ହେଉଅଛି

ଆସ,ସେହି ସୂତ୍ର ଲାଗୁ କରି ପ୍ରତ୍ୟେକ କ୍ଷେତ୍ରରେ

ଦେଖିବା,ହସିଲେ କି ହେଉଛି ।





        



Rate this content
Log in

Similar oriya poem from Abstract