ମିଛ ହେଉ ପଛେ ସପନ ମୋର
ମିଛ ହେଉ ପଛେ ସପନ ମୋର
ହେଉ ପଛେ ମିଛ ସପନ
ଭକ୍ତି ରଖିଣ ଥିବି
ରଖିବି କର୍ତ୍ତବ୍ୟ ପଥରେ
ସଦା ପଦ ସେବିବି !!
ଆରାଧ୍ୟ ମୋହର କାଳିଆ
ପଦେ ପ୍ରେମ ରଖିବି
ସତ୍ୟର ପଥକୁ ପ୍ରଭୁହେ
ଗଣ୍ଠି ବାନ୍ଧି ମୁଁ ଥିବି !!
ସତ୍ୟ ହୁଏ ନାହିଁ ସପନ
କିମ୍ପା ଚିନ୍ତା କରିବି?
କପାଳେ ଲେଖିଛୁ ତୁ ଯାହା
ତାକୁ ସତ୍ୟ ମାନିବି !!
ଅନାଦି ଅନନ୍ତ ତୁହିହେ
କରି କରାଉ ତୁହି
ନାହିଁ ଗତି ତବ ବିନୁହେ
ସୃଷ୍ଟି କର୍ତ୍ତାହେ ତୁହି !!
ଦିଅ ଜ୍ଞାନ ପ୍ରଭୁ ତୁହିହେ
ଏହୁ ଜୀବନେ ଯାହା
ପୂର୍ଣ୍ଣ କରୁଥିବି କର୍ତ୍ତବ
ତୁହି ହୋଇବୁ ସାହା !!
ଧର୍ମ କର୍ମ ପଥେ ରହିବି
ନାମ ଗାଇବି ତୋର
ହେଉ ପଛେ ମିଛ ଆଶାଟି
ସ୍ମୃତି ନହୁ ତାହାର !!
