Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Inspirational

3  

Bidyadhar Mantry

Abstract Classics Inspirational

ତିନି ତୁଣ୍ଡରେ ଛେଳି କୁକୁର

ତିନି ତୁଣ୍ଡରେ ଛେଳି କୁକୁର

1 min
160



ଛେଳିକୁ କୁକୁର ବୋଲି ପ୍ରମାଣିତ ହେବା

ଏକ ଦୁରୁହ ବ୍ୟାପାର

ପ୍ରରୋଚନାରେ ବିଜ୍ଞ ବ୍ୟକ୍ତି ବି ହୋଇଥାନ୍ତି

ମୁର୍ଖ ବ୍ୟକ୍ତିଙ୍କ ଶିକାର

ପୂର୍ଣ୍ଣ ସଚେତନ ଜ୍ଞାନର ପରିପ୍ରକାଶ 

ବିଜ୍ଞତା ର ପରିଚୟ

ମୂର୍ଖଙ୍କ ମେଳି ଓ ଚକ୍ରାନ୍ତରେ ଜ୍ଞାନୀର ବି

ଜ୍ଞାନ ହୁଏ ଅପଚୟ

ମିଥ୍ୟା ହେଲେ ବି ବହୁମତ ହିଁ ଗ୍ରହଣୀୟ

ମିଥ୍ୟା ହୁଏ ସତ୍ୟ ରୂପ 

ପର ମୁହୂର୍ତ୍ତରେ ମିଥ୍ୟା ର ଅସଲ ରୂପ

ଜାଣି ହୁଏ ମନସ୍ତାପ

ମିଥ୍ୟା କଥାରେ ସତକୁ ମିଛ କରିବା

ଖଳ ଲୋକଙ୍କର ବୁଦ୍ଧି

ମିଥ୍ୟା ଶପଥ ଆଢ଼ୁଆଳେ ସତ୍ୟ ଲୁଚୁଛି

ବୁଦ୍ଧି ନୁହେଁ ସେ ଦୁର୍ବୁଦ୍ଧି 

ଅଦାଲତରେ ଏକାଧିକ ସାକ୍ଷୀ ବୟାନ 

ବିଚାରଣ ନିର୍ଦ୍ଧାରଣ

ମିଥ୍ୟା ହେଲେ ବି ବହୁ ସାକ୍ଷୀଙ୍କର କଥା

ହେଉଛି ସମ୍ପୂର୍ଣ୍ଣ ଗ୍ରହଣ

ସରଳତାର ସୁଯୋଗ ନେଇ ଖଳ ବ୍ୟକ୍ତି

ପ୍ରାୟ ଖେଳୁଛନ୍ତି ଖେଳ 

ବିଶ୍ୱାସ ଆଢ଼ୁଆଳେ ନିରୀହ ମଣିଷର

ଜୀବନରେ ଆସେ କାଳ

କୁଆ ଉଡି-ଗଲେ ଛୁଆ ଉଡିଗଲା କହି

ମନରେ ବିଶ୍ୱାସ ଜନ୍ମାଇ

ଖଳ ପ୍ରକୃତିର ଲୋକ ମଜା ଦେଖିଥାନ୍ତି

କ୍ଷଣିକ ର ସୁଖ ପାଇଁ

ପର କଥା ଶୁଣି ଶ୍ରୀରାମ,ସିତା ମାତାଙ୍କୁ

କେତେ ଦୁଃଖ ଦେଇଥିଲେ

ପର କଥା ଶୁଣି ଘର ଭାଙ୍ଗି ଯାଏ ପୁଣି

ସତ୍ୟା ସତ୍ୟ ନ ଜାଣିଲେ

ତିନି ତୁଣ୍ଡରେ ଛେଳି ପରି ଶୁଣା କଥାକୁ

ବେଳ ଥାଉ ସାବଧାନ

ନିଜ ବିଦ୍ୟା ବୁଦ୍ଧି ପ୍ରତି ବିଶ୍ୱାସ ରଖିଲେ

ହେବ ନାହିଁ ଅଘଟଣ ।



Rate this content
Log in

Similar oriya poem from Abstract