Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anil kumar Pradhan

Inspirational

3  

Anil kumar Pradhan

Inspirational

କର୍ତ୍ତବ୍ୟ ଭାବ

କର୍ତ୍ତବ୍ୟ ଭାବ

1 min
135


ସୃଷ୍ଟିରେ  ବିଶ୍ଵଗୁରୁ ଭାରତ ବର୍ଷ

  ବାଢି ଏକତାର ବଳ

ଅହିଂସାର ମନ୍ତ୍ର ବିଶ୍ୱ ଭ୍ରାତୃଭାବ

  ପୃଥ୍ୱୀକୁ କରେ ସବଳ ll


ଜାତି -ଧର୍ମ-ବର୍ଣ୍ଣ ସଭିଏଁ ସମାନ

  ସାର୍ବଭୌମତର ଗାଥା

ଋକ୍  ସାମ  ଯଜୁ  ଅଥର୍ବର ଶିକ୍ଷା

  ଜୀବନ ଦର୍ଶନ ବାର୍ତ୍ତା ll


ସତ୍ୟ  ଶାନ୍ତି  ଦୟା  କ୍ଷମା ଯା'ର ଶୋଭା

  ମାନବିକତା ଯା' ଧର୍ମ

ତା' ଦାୟାଦ ବୋଲି କର୍ତ୍ତବ୍ୟ ଆମରି

  ରଖିବା ତାହାରି ମର୍ମ ll


ସଂସ୍କୃତିର ଗାଥା ଆମ ପରିଚୟ

  ପରମ୍ପରା ଆମ ଗର୍ବ

ପୁରାଣ ଓ ପୋଥି ସଂସ୍କାର ବାଢ଼ନ୍ତି

 ସତେ ଆମ କେଡେ ଭାଗ୍ୟ !


ଇତିହାସ ଆମ ଶିଖାଏ ବିଜୟ

  ସତ୍ କର୍ମ ସତ୍ ପଥେ

ନାଗରିକ ବୋଲି କର୍ତ୍ତବ୍ୟ ଆମରି

  ବଜାୟ ରଖିବା ଚିତ୍ତେ ll


କାମ କ୍ରୋଧ ମୋହ ମାୟାକୁ ତେଜିଣ

  ଭାଇ ଚାରା ମନ୍ତ୍ର ଜପି

ଏ ସାରା ସମାଜ ସୁନା କରିଦେବା

 କଙ୍କଡା ପ୍ରକୃତି ଚାପି ll


ଦୁର୍ନୀତିକୁ କେବେ ନଦେବା ପ୍ରଶ୍ରୟ

  ଏ ଜୀବନ ଘଟ ପାଖେ

ନିଜ ହକ୍ ପାଇଁ ମଥା ନ ନଇଁବା

 ହେଉ ପଛେ ରାଜା ମୁଖେ ll


ଲାଞ୍ଚ ନ ନେଇକି କର୍ମଯୋଗୀ ହେବା

  ସହଯୋଗ ହାତ ବଢ଼ାଇ

ମିଛ ନ କହିକି ସତପ୍ରିୟ ଗୁଣ

 ଦୁନିଆରେ ଦେବା ଖେଳାଇ ll


ପାପ କର୍ମ ଛାଡ଼ି ପୂଣ୍ୟ କର୍ମ କରି

  ଦେଶକୁ ଆଗେଇ ନେବା

ଶିକ୍ଷା ଦୀକ୍ଷା ସ୍ୱାସ୍ଥ୍ୟ ସଂସ୍କାର ବଞ୍ଚାଇ

  ସମାଜକୁ ଗଢି ଦେବା ll


ଜ୍ଞାନ ଓ ବିଜ୍ଞାନ କୌଶଳରେ  ନିତି

  ଉନ୍ନତି ଆଣିବା ସର୍ବେ

ଆତ୍ମନିର୍ଭରତା କରିବା ଦେଶକୁ

  ଜୟ ଗାନ କରି ଗର୍ବେ ll


କୃଷି  ସାମରିକ ଯୋଗାଯୋଗ ପାଇଁ

  ଭୁଲି ଯିବା ନାହିଁ କେବେ

ଦେଶର ଉନ୍ନତି ଘରଠୁଁ କରିବା

  ସଭିଏଁ ସମାନ ଭାବେ ll


ଖେଳରେ କୁଦରେ ଆଗୁଆ ରହିକି

  ଦେଶକୁ ଜିତାଇ ଆଣ

ଦେଶ ମାତୃକାର ଜୟଗାନ ଶୁଣି

  କରିଦେ ଛାତିକୁ ଟାଣ ll


ବୀର ସନ୍ତାନଙ୍କ ରକ୍ତ ପରିଚୟ

 ଯେବେ ମାଗେ ମାତୃଭୂମି

ଫୁଲାଇ ଦେ ଛାତି ହୁଙ୍କାର କରି

 ଗଲେ ଯାଉ ଆତ୍ମା ଛାଡ଼ି ll 


ମାତୃ ଭୂମି ମାତୃ- ଭାଷାକୁ ନଭୁଲି

  ପରିଚୟ ଦେବା ଜାଣ

ଏ ଭୂମିର ବୀର ସନ୍ତାନମାନଙ୍କୁ

 ନ ଭୁଲୁ କେବେ ଏ ମନ ll


 ନାଗରିକ ଭାବେ ଏସବୁ କଥାକୁ

  ଭୁଲି ନଯିବାଟି କେବେ 

ଜୀବନ ଜଞ୍ଜାଳେ କର୍ତ୍ତବ୍ୟ ଭାବନା

  ପାଳୁଥିବା ପ୍ରତି କ୍ଷଣେ ll



Rate this content
Log in

Similar oriya poem from Inspirational