ଶରଧାବାଲି
ଶରଧାବାଲି
ଶରଧା ବାଲିରେ ଅଟକିଛି ରଥ
ଆଡପ ମଣ୍ଡପ ସଜ
ଜନମବେଦୀକୁ ଚତୁର୍ଦ୍ଧାମୂରତି
ପ୍ରସ୍ତୁତ ବିଜୟ ପର୍ବ ।
ବରଷକେ ଥରେ ଗୁଣ୍ଡିଚା ମନ୍ଦିର
ହୋଇଛି ଚଳ ଚଞ୍ଚଳ
ସରିଲେ ପହଣ୍ଡି ଆଡପ ମଣ୍ଡପେ
ଯୋଗ ଦୁର୍ଲଭ ଦର୍ଶନ ।
ନିତ୍ୟ ଅବକାଶ ମଉସୁମୀ ରାସ
ମଣୋହି ଅମୃତ ସ୍ୱାଦ
ଶ୍ରଦ୍ଧାଳୁ ଆତୁରେ ରହିଛନ୍ତି ଚାହିଁ
ପାଇବେ ମହାପ୍ରସାଦ ।
ଦୃଢ଼ ଆତ୍ମବଳ ଶରଧା ବିଶ୍ବାସେ
ମହାରାଣୀ ଶ୍ରଦ୍ଧାଦେବୀ
ପୋତିଲେ ବାଲିରେ ରଥଯାତ୍ରା ଲାଗି
ପ୍ରଖର ମାଳିନୀ ନଦୀ ।
ଦିନ ମାସ ବର୍ଷ ସହସ୍ର ଅନେକ
ଯାଇଛି ସମୟ ବିତି
ଆଜି ବଡ଼ଦାଣ୍ଡ ଶ୍ରଦ୍ଧାବାଲି ରେଣୁ
ବିତରେ ଶରଧା ସ୍ମୃତି ।
