STORYMIRROR

CHINMAYEE PRADHAN

Abstract Classics Inspirational

3  

CHINMAYEE PRADHAN

Abstract Classics Inspirational

ଅସ୍ଥିର ଭାବନା

ଅସ୍ଥିର ଭାବନା

1 min
134


କାହିଁକି ଆଜି ଏ ଅସ୍ଥିର ଭାବନା

ଯେତେ ପୋଛିଲେ ବି ଏ ଲୁହ ଶୁଖେନା।


ମନ ତଳ କୋହ ସମ୍ଭାଳି ହୁଏନା 

ଅଜଣା ଭୟଟା କରେ ଆନମନା। 


ଭାବିଥିଲି ତାକୁ ସେଇ ମୋ ଦୁନିଆ 

ବଡଦାଣ୍ଡେ ମତେ କଲା ସିଏ ଠିଆ। 


ଦଶମାସ ଗର୍ଭେ ଧରିଥିଲି ତାକୁ 

ହସି ସହିଥିଲି ସବୁ ଯାତନାକୁ। 


ଅଝଟ ସବୁକୁ ସହି ନେଇଥିଲି

ଯାହା ଚାହୁଁଥିଲା ସବୁ ଦେଇଥିଲି। 


ବୃଦ୍ଧକାଳେ ସାହା ହେବ ଭାବିଥିଲି

ବୋଧେ ଭୁଲ କିଛି କରି ଦେଇଥିଲି।


ଜନ୍ମଦାତ୍ରୀ ମାଆ ଛାତି ଫାଟିଯାଏ

ଅମଣିଷ ଯେବେ ସନ୍ତାନଟି ହୁଏ।


ମାଆ ଅଭିଶାପ ଫଳଇ ଅବଶ୍ୟ

ସନ୍ତାନର କରି ଦିଏ ସର୍ବନାଶ। 


କାହିଁ ଭରିଦେଲା ମୋ ଆଖିରେ ଲୁହ 

କାନ୍ଦେ ଆଜି ମୋର ଏଇ ଯେ ହୃଦୟ। 


କାହାକୁ ନ ଦିଅ ଏମିତି ସନ୍ତାନ 

ମାଆ ନ ହୁଅନ୍ତୁ ଆଉ ହିନିମାନ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract