STORYMIRROR

Ansuman Swain

Classics

3  

Ansuman Swain

Classics

ଲେଉଟିଲା ମହାମାରି

ଲେଉଟିଲା ମହାମାରି

1 min
169


ବଢୁଛି ଉତ୍ତାପ ପୁଣି କାନ୍ଦୁଛି ଧରଣୀ

   ସହି ହେଉନାହିଁ ଆଉ ଜୀବନ ରାଗିଣୀ

ବେଳ ଥାଉ ,ଥାଉ ହୁଅ ସଜାଗ ଭାଇ

     ବହୁ ମୂଲ୍ୟ ଜୀବନକୁ ରଖ ଘୋଡାଇ ....


ଲେଉଟିଲା ମହାମାରି ଧରି ପଙ୍ଗପାଳ

    କରିବ ଅସହାୟ ପୁଣି ସାଜିବ କାଳ

ରୋଗର ବଜାର ଏଠି ହସୁଅଛି ସଦା 

    ପ୍ରତି ମୁହୂର୍ତ୍ତରେ ସିଏ କରୁଛି ସଉଦା 

ସତର୍କର ବାଣୀକୁ ଶୁଣ ମନ ଦେଇ

     ବହୁ ମୂଲ୍ୟ ଜୀବନକୁ ରଖ ଘୋଡାଇ ....



ସୁନ୍ଦର ,ସୁନ୍ଦର ପୁଷ୍ପ ପଡିବ ଝରି

    ଶୁଭିବନି ଆଉ ଜମା ବାଜା ମହୁରୀ 

 ବିଦ୍ୟା କ୍ଷେତ୍ରରେ ପୁଣି ହୋଇବ ଯେ ବାଧା  

    କିଶୋର ,କିଶୋରୀ ଏଠି ପାଇବେ ସଜା

ଅଣଦେଖା କରି ଜମା ଭୋଗନି ଭାଇ

    ବହୁ ମୂଲ୍ୟ ଜୀବନକୁ ରଖ ଘୋଡାଇ .... 



ଖୋଲା ମୁଖ ବାନ୍ଧି ଦିଅ ଆସିଲା ମାଡି

    କରୋନା ନାମରେ ସିଏ ଅଣ୍ଟାକୁ ଭିଡି

ଦେଇ ଯିବ ଦୁଃଖ କଷ୍ଟ ସଢିବା ଆମ୍ଭେ

  ଖୋଜିଲେ ନଥିବେ କେହି ଆମରି ସଙ୍ଗେ

କର୍ଣ୍ଣ ଖୋଲି ଶୁଣି ରଖ ଭଉଣୀ ଭାଇ 

      ସରକାର ନିୟମକୁ ମାନି ଚାଲଇ 

ବେଳ ଥାଉ ,ଥାଉ ହୁଅ ସଜାଗ ଭାଇ

     ବହୁ ମୂଲ୍ୟ ଜୀବନକୁ ରଖ ଘୋଡାଇ ....




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics