STORYMIRROR

Anirudha Kund

Classics

3  

Anirudha Kund

Classics

ବାହୁଡା ୧

ବାହୁଡା ୧

1 min
27

ଅବଢା ବାସ ଆଉ ଚହଟୁନି

ଭକତ ଜନ ର ମନ ମୋହୁନି

ଶିରିମନ୍ଦିର ଯେ ଦିଶଇ ଶ୍ରୀହୀନ 

ଆନନ୍ଦ ବଜାରେ ଲାଗୁନି ମନ


ମାଉସୀ ମମତା କଲାରେ ବାଇ

ଗଲା ସେ ଭଉଣୀ ଭାଇକୁ ନେଇ

ଲକ୍ଷ୍ମୀ ଠାକୁରାଣୀ ମନେ ହିଁ ନାହିଁ

ଆଡପ ମଣ୍ତପେ କଳା ଗୋସାଇଁ 


ଜଗା ବିହୁନେ ବଡ ଅଭିମାନୀ 

ଲକ୍ଷ୍ମୀ ଠାକୁରାଣୀ ରହି ପାରୁନି

ହେରାପଞ୍ଚମୀରେ ଫେରା କରିବ

ରଥ କାଠ ଭାଙ୍ଗି ଫେରି ଆସିବ


ଜଗା ମନରେ ଛନକା ପଶିବ

ପତ୍ନୀକୁ ଛାଡି ରହି କି ପାରିବ

ବାହୁଡା ନିମତ୍ତେ ଦିନ ଗଣିବ

ରସଗୋଲା ଧରି ଘର ଫେରିବ


ପ୍ରାଣପ୍ରିୟାଙ୍କୁ ସେ ବୁଝାଇ ଦେବ

ରୋଷଘରୁ ପୁଣି ଧୁଆଁ ଉଠିବ

ଅବଢା ତ ମହ ମହ ବାସିବ

ନିଳାଚଳ ରେ ଗହଳି ଲାଗିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics