STORYMIRROR

Akshayakumar Dash

Classics

3  

Akshayakumar Dash

Classics

ସୃତି

ସୃତି

1 min
88

ବେଦ ଶୁଣି ଶୁଣି ମନେ ରଖି

ଗାଇବାର ମଣିଷ ମାନେ

ଆଜିବି ଅଛନ୍ତି ଆଲବମ ଜଗତରେ

ରେ ଗୌରା ତୁ କଣ ଖାଇଛୁ

ରଙ୍ଗବତୀ ସଙ୍ଗୀତର ମୂର୍ଚ୍ଚନାରେ ।

ତତ୍ୱମସି ଈଶ୍ୱର ଓ ମଣିଷ ଏକା

ନରଦେହେ ନାରାୟଣ ବାର୍ତା

ନାରାୟଣୀ ନାରୀ ପୂଜନୀୟା

ଅହଂ ବ୍ରହ୍ମ ଦେହ ନୁହେଁ ଦେହି

ସର୍ବେ ଭଦ୍ରାଣୀ ପୃଥିବୀବାସୀ

ସମସ୍ତଙ୍କ ଦୁଃଖ ଦୂର ହେଉ

ସମସ୍ତେ ସହଯୋଗ କରନ୍ତୁ

ସ୍ମରଣଯୋଗ୍ୟ ସମୟ କହୁଛି

ବିସ୍ତାର ନୁହେଁ ବିଶ୍ୱାସ ରୂପରେ

ସଜ୍ଜନା କରିବାକୁ ହେବ ଦୁନିଆଁ କୁ

ରୂପରେ ନୁହେଁ ଗୁଣରେ ।

ଆଜି ବେଦ ସଜ୍ଜନା ହେଉଛି

ବ୍ୟକ୍ତି ଭିତରେ କି ରାଷ୍ଟ୍ରୀୟ ସ୍ତରରେ

ବା ବିଶ୍ୱ ଦରବାରରେ 

ଶୁଦ୍ଧତା ପବିତ୍ର ଜୀବନ ତାନରେ

ନିରବ ସାଧନା ଧ୍ୟାନ ମନ ର କେନ୍ଦ୍ରରେ

ଖାଦ୍ୟ ବସ୍ତ୍ର ଶାନ୍ତ ଚିତ ଜ୍ଞାନ ଆହରଣ

ସଂଯମତା ଚରମ ପରମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Classics