STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଟାହିଆ

ଟାହିଆ

1 min
139


        ଟାହିଆ

       """""""""""

     ଟାହିଆରେ ଆହା ଟାହିଆ

    କେଡେ ଭାଗ୍ୟ ତୋର ଟାହିଆ

     ଶିରେ ମହାପ୍ରଭୁ ନାଇତ ତୋତେ

     ବାହାରନ୍ତି ସେତ ଗୁଣ୍ଡିଚା ଯାତେ

     ଭକତେ ହୁଆନ୍ତି ବାଇଆ 

     ଟାହିଆରେ ଆହା ଟାହିଆ ...


ଜରି ଜମ୍ବୁରା କୁ ବାଉଁଶ , ସୋଲ

ମଲ୍ଲି ମାଳତୀ କୁ ରଙ୍ଗଣି ମାଳ

ସୁନାଦୁବ କେରା ତୁଳସୀ ଝରା 

ଆହାକି ସୁନ୍ଦର ଆହାକି ତୋରା

ଝଟକୁ ଥାଉତୁ ଶ୍ରୀଅଙ୍ଗ ଛୁଆଁ 

   ଟାହିଆରେ ଆହା ଟାହିଆ 


ପ୍ରଭୁ ବାହାରିଲେ ରାଇଜ ବୁଲି

ଶିରେ ତୁ ଶିରପା ଶରଧା ବୋଳି

ତୋତେବି ଝୁଲାନ୍ତି ଝୁଲନ୍ତି ନିଜେ

ଭାବ ଭକତିରେ ଭକତ ଭିଜେ

 ଢାଳି ଦିଅନ୍ତି ସେ ପତିତେ ଦୟା 

ଟାହିଆରେ ଆହା ଟାହିଆ


ସୁନା ରୁପା ଯାର ଭଣ୍ଡାରେ ଥାଇ

ଫୁଲ ପତ୍ର ଡାଳ ମୁକୁଟ ନାଇ

ଝୁଲି ଝୁଲି କରେ ପହଣ୍ଡି ବିଜେ

ଭାବବିନୋଦିଆ ଭାବରେ ହଜେ

ବିଚିତ୍ର ଦିଅଁ ସେ ବିଚିତ୍ର ମାୟା

   ଟାହିଆରେ ଆହା ଟାହିଆ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics