STORYMIRROR

Antaryami Sahu

Classics Inspirational

3  

Antaryami Sahu

Classics Inspirational

ଶ୍ରୀ ଶ୍ରୀ ଉପଦେଶା ମୃତମ୍

ଶ୍ରୀ ଶ୍ରୀ ଉପଦେଶା ମୃତମ୍

1 min
243


ଦାନ ଦେଇ ଦାନ ଗ୍ରହଣ କରି,

ଗୁହ୍ୟ କଥା ଗୁହ୍ୟ ପ୍ରଶ୍ନ ପଚାରି । ।


ଭୋଜନ କରି ଭୋଜନ କରାଏ ,

ଉକ୍ତ 'ଛ"ଲକ୍ଷଣ ପ୍ରିତୀ ବଢାଏ ।।


ଯିଏ ମୁଖେ କୃଷ୍ଣ ନାମ ଉଚ୍ଚାରି

ତାଙ୍କୁ ମନ ଦ୍ଵାରା ଆଦର କରି ।।


ଯଦ୍ୟପି ଦୀକ୍ଷିତ ଅଟେ ସେ ଜନ

କରନ୍ତି ନିତ୍ୟସେ ପ୍ରଭୂ ଭଜନ ।।


ଏପରି ଜନଙ୍କୁ ଦେଖିଲାକ୍ଷଣି,

ସମ୍ମାନ କରିବ ହୋଇ ପ୍ରଣାମି । ।


ଶ୍ରୀକୃଷ୍ଣ ଭଜନେ ପରିପକ୍ବ ଯେ

ସେବା ଦ୍ଵାରା ତାଙ୍କୁ ଆଦରିବ ଯେ ।।


ଐକାନ୍ତିକ ଅଟେ ଯାହା ହୃଦୟ

ପର ନିନ୍ଦା ଦୋଷେ ଦୂଷିତ ନୁହଁ । ।


ତାଦୃଶ ମହାତ୍ମାଙ୍କ ସଙ୍ଗେ ଲାଭ

ଅଭିଳାଷ ପାଇଁ ଇଚ୍ଛା ଲଭିବ ।।


ଯେପରି ବୁଦ୍ ବୁଦ ପଙ୍କ ଫେଣ

ଗଙ୍ଗା ନୀରରେ ନିତ୍ୟ ବିଦ୍ୟମାନ । ।


ଗଙ୍ଗାଜଳ ବ୍ରହ୍ମ ଦ୍ରବତ୍ଵ ଗୁଣୁ

ପବିତ୍ରତ୍ଵ ନଷ୍ଟ ହୁଏନି ତେଣୁ । ।


ଦେହର ସ୍ୱଭାବ ଜନିତ ଦୋଷ -

ସମୂହ ଭକ୍ତଙ୍କଠାରେ ପ୍ରକାଶ । ।


ପ୍ରାକୃତ ଭାବେ ନ କରି ଦର୍ଶନ

ଯେହେତୁ ସେ ନିତ୍ୟ ପବିତ୍ର ଜାଣ । ।


ଅବିଦ୍ୟା ରୂପ ପିତ ବ୍ୟାଧି ଦ୍ଵାରା

ଉପତପ୍ତ ରସନାଯୁକ୍ତ ପରା । ।


ଏମାନଙ୍କ ପକ୍ଷେ ଶ୍ରୀକୃଷ୍ଣ ନାମ

ଲୀଳା ରୁପ ଗୁଣ ହୁଏ ଅକାମ । ।


ଶ୍ରୀକୃଷ୍ଣ ନାମ ରୁପ ଲୀଳାଦିରେ

ସ୍ମରଣ କୀର୍ତ୍ତନ କରି କ୍ରମରେ । ।


ମନ ଜିହ୍ଵାକୁ ନିଯୁକ୍ତ ପୂର୍ବକ

କୃଷ୍ଣାନୁରାଗୀ ଜନଙ୍କ ଅନୁଗତ ।।


ଅନୁଗତ ହୋଇ ବ୍ରଜରେ ବାସ

କାଳଯାପନ କରିବେ ଅବଶ୍ୟ । ।


       . 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics