ହୋଲି ଆସିଛି
ହୋଲି ଆସିଛି
ହୋଲି ଆସିଛି ବରଷକେ ବୋଲି
ଆନଂଦରେ ସଭିଏଁ ନାଚନ୍ତି ଖାଲି
ରଙ୍ଗ କହେ ରଙ୍ଗେଇବ ବୋଲି
ଫଗୁଣ ଫଗୁ ଖେଳିବ ବୋଲି
ବସନ୍ତ ଆସିଛି ଚାଲି
ନବ ବସନ୍ତ ରେ ଝୁଲି ଝୁଲି
ପ୍ରକୃତି ଉଠୁଛି ଫୁଲି
ରୋଗ ଭୟ ଆଶଙ୍କା ଯାଉ ଚାଲି
ରାଧା ସଙ୍ଗେ କୃଷ୍ଣ ଖେଳିବେ ହୋଲି
ଅତୀତ ରୋମନ୍ଥନ ଦୋଳପୂର୍ଣ୍ଣମୀ ରେ ଭାଳି
ଆସରେ ମିତ ଆସ ସଙ୍ଗାତ ଆନନ୍ଦରେ ଯିବା ବୁଲି
ରାଧାକୃଷ୍ଣ ଙ୍କ ଦର୍ଶନେ ଫଗୁ ଖେଳିବା ଖାଲି l