ଗୋପୀଙ୍କ ଶୋକ -୩
ଗୋପୀଙ୍କ ଶୋକ -୩
ଗୋରୁ ହୁଏ ପୁଣି କିଏ ଗୋବତ୍ସା
ସାଜେ କିଏ ଗୋପାଳ ବାଳ,
ଗୋବର୍ଦ୍ଧନ ଲୀଳା ପୁଣି କରନ୍ତି
କୃଷ୍ଣ ପ୍ରେମରେ ଗୋପୀ ମାତାଲ ।
କୃଷ୍ଣ ପ୍ରେମେ ଅନ୍ଧ. . .
ହେଲେ ବ୍ରଜର କାମିନୀ ... |
ପ୍ରେମ କାହାଣୀ କାହ୍ନୁର ପ୍ରେମ କାହାଣୀ | l ୧୦।।
କାଳୀ ଦଳନ ଲୀଳା କେ କରଇ
କାଳୀୟ ନାଗ କେହୁ ସାଜେ,
କିଏ ଚଢ଼ିଯାଏ ମଥା ଉପରକୁ
କାଳୀୟ ନାଗର ଗର୍ବ ଗଞ୍ଜେ ।
କୃଷ୍ଣଙ୍କର ଲୀଳା . . . .
ଯେତେ ସବୁ ଗୁଣଗୁଣି..।
ପ୍ରେମ କାହାଣୀ କାହ୍ନୁର ପ୍ରେମ କାହାଣୀ ।।୧୧।।
p>
ସଖି ଜଣେ କହେ ନିଆଁ ଲାଗିଛି
ସଭିଏଁ ଆଖି ବୁଜି ଦିଅ,
ଅନାୟାସେ ମୁହିଁ ରକ୍ଷା କରିବି
ମନରେ କାହିଁ ବ୍ୟସ୍ତ ହୁଅ ।
ପୁଣି ଅନ୍ୟଲୀଳା...
କଲେ ଗୋପର କାମିନୀ . . . I
ପ୍ରେମ କାହାଣୀ କାହ୍ନୁର ପ୍ରେମ କାହାଣୀ ।।୧୨।।
ସର୍ବ ଗୋପୀ ହେଲେ ଶ୍ରୀକୃଷ୍ଣମୟ
ଗୃହ କଥା କିଏ ପଚାରେ,
ସାରି ସର୍ବଲୀଳା ଯମୁନା ଫେରି
କ୍ରନ୍ଦନ କରନ୍ତି ଏକ ସ୍ଵରେ ।
କାହିଁ ଗଲ ଶ୍ୟାମ . . .
ଦେଖା ଦିଅ ବେଣୁପାଣି. . . I
ପ୍ରେମ କାହାଣୀ କାହ୍ନୁର ପ୍ରେମ କାହାଣୀ ।।୧୩।।