STORYMIRROR

Sonali Garnayak

Classics

3  

Sonali Garnayak

Classics

କାଳିଆ ଠାକୁର

କାଳିଆ ଠାକୁର

1 min
250

ବଡ଼ ସାମନ୍ତ ହେ କାଳିଆ ଠାକୁର 

ଜାଣିଛି ଲାଗିବନି ମୋ ପାଇଁ କେବେ ପୁରୀକୁ ଡର 

ସେ ଲାଗି ହୃଦୟକୁ କରିଛି ମନ୍ଦିର 

କେବେ ରଖିବ ପାଦ ହେଲିଣି ଅଧୀର 

ଘର ଚାରିପାଖେ ମହମହ ତୁଳସୀବାସ 

ସତେ କି ତମେ ମୋ ଘରକୁ ଚାଲିଆସ 

କଳା କଳା ବଦନକୁ ନାଲି ଅଧର 

ଅଧାଗଢ଼ା ବେଶ କେଡେ ଯେ ମନୋହର 

ଅପେକ୍ଷା କରିବି ଶବରୀ ସାଜି

ଆସିବ ଚାଲି ଲକ୍ଷ୍ମୀଙ୍କୁ କରେଇ ରାଜି 

ଦୁଇ ନୟନର ଅଶ୍ରୁ ଢାଳି 

ତୁମକୁ କରିବ ନିଜର ଏ ବନମାଳି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics