ଭାଇ
ଭାଇ
1 min
182
ହୃଦୟେ ବସିଛ ସାଜି ଜଗନ୍ନାଥ
ଶିଖେଇଛ ଚାଲିବା ବାଛି ସତ୍ୟର ପଥ
ଆଦର୍ଶ ମୋ ପ୍ରତିଟି କର୍ମର
କୁହୁକ ପେଡି ତମେ ସ୍ନେହର
ଯେତେଥର ଧକ୍କା ମାରିଛି ଜୀବନ ମୋର
ସେତେଥର ବଢ଼ାଇଛି ହାତ ତମର
ସୁଭଦ୍ରା ପରି ଢାଳିଛି ଭକ୍ତି
ହୁଏତ ଏହା ମୋ ଜୀବନର ଶକ୍ତି
ଅଟଳ ବିଶ୍ୱାସ ବାନ୍ଧିଛି ସତେ
ନଥିବେ ତୁମ ପରି ଭାଇ ଏ ଜଗତେ |
