STORYMIRROR

Samita Swain

Classics Others

3  

Samita Swain

Classics Others

ରଙ୍ଗ ରଙ୍ଗୋଲି

ରଙ୍ଗ ରଙ୍ଗୋଲି

1 min
249

ଫଗୁଣ ର ଶୋଭା ସେ'ତ ମନଲୋଭା 


ଆସେ ସାତ ରଙ୍ଗ ନେଇ


ଦେହରେ ସେ ରଙ୍ଗ ଲାଗିଗଲେ ଥରେ


ମନକୁ ଦିଏ ରଙ୍ଗେଇ।।


ଫଗୁ ଦଶମୀ ରୁ ପୂୂର୍ଣ୍ଣମୀ ପର୍ଯ୍ୟନ୍ତ 


ଦୋଳଯାତର ମେଲଣ


ହସ ଖୁସିି ଭରେ ସର୍ବଜନ ମନେ


ଲାଗେ ପାର୍ବଣ ପାର୍ବଣ।।




ରାଧାକୃଷ୍ଣଙ୍କର ଯୁଗଳ ମୂୂରତୀ


ବୁୁଲନ୍ତି ଦୋଳି ବିମାନେ 


ଘରଘର ବୁଲି ଭୋଗ ଖାଇଥାନ୍ତିି


ଆହା କି' ଆନନ୍ଦ ମନେ ।।




କେତେ ଆଶା ଆଉ ଉତ୍ସାହକୁ ନେଇ


ଆସଇ ପରବ ହୋଲି


ହସ ଖୁସି ମନେ ଆନନ୍ଦ ବିଭୋର


ସହର ଠାରୁ ଯେ ପଲ୍ଲୀ।।




ରାଧାମାଧବ ଙ୍କ ରଙ୍ଗର ପରବ


ହୋଲି ଯୁୁଗ ଯୁଗ ଧରି 


ଭାଇ ଚାରା ପର୍ବ ସଂସ୍କୃତି ଆମର


ହୃଦୟେ ବହନ କରି।।




ରସିକ ନାଗର ପ୍ରେମିକ ପ୍ରବର 


ରସିକିଆ କଳା କାହ୍ନୁ 


ପ୍ରିୟ ନୀଳ ରଙ୍ଗେ ଭିଜାଇ ଦିଅନ୍ତି 


ରାଧାରାଣୀ ଙ୍କର ତନୁ।।




ଏମିତି ସେମିତି ରଙ୍ଗ ନୁହେଁ ସେ'ତ


ପବିତ୍ର ପ୍ରୀତିର ରଙ୍ଗ


ସେ ରଙ୍ଗ ଲାଗିଲେ ମନ ଅଙ୍ଗନରେ


ହୃଦୟେ ଉଠେ ତରଙ୍ଗ।।




ତରଙ୍ଗ ରଙ୍ଗରେ ସାତରଙ୍ଗ ସାଜି


ଆସିଛି ରଙ୍ଗୋଲି ହୋଲି


ଦୁଃଖ ଶୋକ ସବୁ ଦୂର କରିଦେଇ


ରଙ୍ଗ ବରଷିବ ଖାଲି।।



  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics