ଦୋଳପର୍ବ
ଦୋଳପର୍ବ
ରାଧାଗୋପୀନାଥ ଗୋପବୃନ୍ଦାବନ
ମୋ ଗାଁ ମିଳନ ପୀଠ
ପରମ ପବିତ୍ର ଶ୍ରୀ ଅଙ୍ଗ ଅବିର
ଦିଅଁ ଦରଶନ ଯୋଗ ।
ସୃଦୃଶ୍ୟ ବିମାନେ ବିଜେ କରି ଜୀଉ
ଆସୁଥାନ୍ତି ଝୁଲି ଝୁଲି
ନାମ ସଙ୍କୀର୍ତ୍ତନ ଲଉଡି ସଙ୍ଗୀତେ
ପଡଇ ସ୍ଥାନ ଉଛୁଳି ।
ରାଧାକୃଷ୍ଣ ଙ୍କର ଯୁଗଳ ମୂରତି
ଶୋଭେ ପୁଷ୍ପ ଅଳଙ୍କାର
ଦିଶେ ଝଲମଲ ତାରକା ଶୋଭିତ
ବିମାନେ ରୈ।ପ୍ୟ ଟଙ୍କାର ।
ଉଚ୍ଚ ଧଣ୍ଡି ମଣ୍ଡି ଶଙ୍ଖ ଘଣ୍ଟା ନାଦେ
ବାଜଇ ବାଇଦ ବାଜା
ନାଚୁଥାଏ ସଖୀ ଘୋଡ଼ା ବାଘ ଷେଣ୍ଢ
ଭିନ୍ନ ଦୋଳ ଯାତ୍ରା ମଜା ।
ନିରୂପିତ ପଥେ ପ୍ରତିଟି ବିମାନ
କରନ୍ତି ପରିକ୍ରମଣ
ସ୍ୱଦିବ୍ୟ ଆସ୍ଥାନେ ହେଲେ ବିଦ୍ୟମାନ
ଦିଅନ୍ତି ଭକ୍ତେ ଦର୍ଶନ ।
ଶ୍ରୀ ରାଧାମାଧବ ଦେବ ଗୋପୀନାଥ
ଗୋବିନ୍ଦ ଗୋପାଳ ଜୀଉ
ବୃନ୍ଦାବନଚନ୍ଦ୍ର ମଦନମୋହନ
ଏକ ଦିଅ ନାମ ବହୁ ।
ଦୋଳମଣ୍ଡପ ରେ ରାଧାକୃଷ୍ଣ ରୂପ
ଦରଶନେ ମିଳେ ମୁକ୍ତି
ଭକ୍ତି ପ୍ରେମେ ମିଳେ ଅପାର ଆନନ୍ଦ
ପ୍ରେମେ ପ୍ରୀତି ସୁଖଶାନ୍ତି ।
ମହା ଆନନ୍ଦିତ ହୁଅନ୍ତି ସକଳ
ଆବାଳ ବୃଦ୍ଧ ବନିତା
ଜନାକୀର୍ଣ ହୁଏ ମିଳନ ପ୍ରାନ୍ତର
କୋଳାହଳେ ଲିଭେ ବ୍ୟଥା ।
ବିପଣିମାଳାରେ ହୁଏ କିଣାବିକା
ମିଷ୍ଟାନ୍ନ ନାନାଦି ଦ୍ରବ୍ୟ
ଆବଶ୍ୟ
କ ମତେ କରନ୍ତି ସଂଗ୍ରହ
ଗ୍ରାହକ ଜନ ସମୂହ ।
ଜନ ଗହଳି ରେ କିଏ ଯଦି କାଳେ
ହୋଇଯିବ ନିରୂଦ୍ଦିଷ୍ଟ
ଜନସେବା କେନ୍ଦ୍ର ସତର୍କତା ପାଇଁ
ସର୍ବଦା ରହେ ଉନ୍ମୁକ୍ତ ।
ଶାନ୍ତି ଓ ଶୃଙ୍ଖଳା ପେୟ ଜଳ ପାଇଁ
ହୋଇଥାଏ ସୁବ୍ୟବସ୍ଥା
ଆରକ୍ଷୀ ବାହିନୀ ରହନ୍ତି ସଜଗ
ଶୋଭେ ବିଦ୍ୟୁବତୀ ମାଳା ।
ପ୍ରାଚୀନ କାଳରୁ ପ୍ରାନ୍ତ ମଧ୍ୟ ଭାଗେ
ଅଛି ଚଉଁରା ଚାନ୍ଦିନୀ
ଜଗିଛନ୍ତି ପଥ ବୀର ହନୁମାନ
ମା ମଙ୍ଗଳା ବାବା ମଣି ।
ମାତା ତାରାଦେବୀ ଶମଶାନ କାଳୀ
ଜାଗୁଳାଇ ବାସୁଳାଈ
ସ୍ୱ।ଗତ କରନ୍ତି ଦୋଳ ବସନ୍ତକୁ
ରଙ୍ଗେ ହୋଇ ନିଉଛାଳି ।
ଖ୍ୟାତ ଅଭିମନ୍ୟୁ ସାମନ୍ତସିଂହାର
କବିକୁଳ ଶିରୋମଣି
ଭକ୍ତି ଗଦଗଦେ ରଚିଛନ୍ତି କାବ୍ୟ
ବିଦଗଧ ଚିନ୍ତାମଣି ।
ଭକତ ପ୍ରବର ଅମର ସ୍ୱ।କ୍ଷରେ
ଏ ମାଟି ପବିତ୍ର ପୂତ
ମହିମା ମଣ୍ଡିତ ଐତିହ୍ୟ ସଂସ୍କୃତି
ରହୁ ଜୀବନ୍ତ ପୁଷ୍ପିତ ।
ବାସୁ ମହମହ ଚନ୍ଦନ ତୁଳସୀ
ସ୍ନେହ ପ୍ରେମ ସୁଧା ମଧୁ
ଫଗୁ ସପ୍ତ ରଙ୍ଗେ ଶୋହୁ ତନୁ ମନ
ସୁଷମେ ମଇତ୍ରୀ ବାନ୍ଧୁ ।
ପୁଣ୍ୟ ଜନ୍ମଭୂମି ସୁଗ୍ରାମ ବରୁଆଁ
ସ୍ଥାନପତି ଗୋପୀନାଥ
ପ୍ରଭୁ ପଦ୍ମ ପାଦେ ରହୁ ଚିତ୍ତ ଲୟ
ପ୍ରଣାମ କୋଟି ଭୂମିଷ୍ଠ ।