STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ଶ୍ରୀରାମ ପଦ ନୌଭେଳା

ଶ୍ରୀରାମ ପଦ ନୌଭେଳା

1 min
255


ରାମ ନାମ ଗୋଟି ଅମୃତ ସମାନ ସେ ନାମ ତୁଣ୍ଡରେ ଧରି

ମୋହ ମାୟା ଲୋଭ ତରଙ୍ଗକୁ ଲଘିଂ ସଂସାର ବାରିଧି “ତରି

ଯିବୁ” ବାବୁ ନିଶ୍ଚେ ଭଜିଲେ ନିଶ୍ଚଳେ ଯମ ଯନ୍ତ୍ରଣାରୁ “ପାରି

ହୋଇଯିବୁ” ସତ୍ୟ ବଚନ ମୋହର ଲଭିବୁ ବୈକୁଣ୍ଠ ପୁରୀ ।।


ରଘୁ କୁଳ ରାଣ ବୈଦେହୀ ରମଣ ଜାନକୀ ମାନସ ହଂସ

କୌଶଲ୍ୟା ନନ୍ଦନ ଶ୍ରୀ ପୁରୁଷୋତ୍ତମ ସେ ଯେ ପରମ ପୁରୁଷ

ନବ ଦୂର୍ବାଦଳ ଶ୍ରୀରାମ ଶରୀର ନବ ମେଘମାଳା ଜଣି

କାନ୍ତି ଝଟକଇ କୋଟି କାମଦେବ ରୂପ ବି ନହେବ ସରି ।।


ସ୍ଵୟଂଶ୍ରୀ ଶ୍ରୀରାମ ଅଯୋଧ୍ୟା ରାଜନ ମର୍ଯ୍ୟାଦା ପୁରୁଷୋତ୍ତମ

ମରଣ କାଳରେ ସେ ନାମ ଧରିଲେ ଦଣ୍ଡି ନପାଇ ଯମ

ସେ ନାମକୁ ଜପି ଏ ଜାତୀ ଜନକ ମହାତ୍ମା ଯେ ହୋଇଗଲେ 

ସଂସାର ସମୁଦ୍ର ପାର ହୋଇଯିବୁ ସେ ନାମକୁ ଜପ କଲେ ।।


କବି କହେ ଥରେ ସେ ନାମ ଜପରେ ଆଉ ନକରତୁ ହେଳା

ସୁଖ ଶ୍ରୀ ସଂପଦ ଲଭିବୁ ଅଚିରେ ଶ୍ରୀରାମ ପଦ ନୌଭେଳା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics