Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prafulla Kumar Tripathy

Classics

3  

Prafulla Kumar Tripathy

Classics

ହେ ଫଗୁଣ....

ହେ ଫଗୁଣ....

1 min
201


ମୋ ଦେହରେ ଜଳେ ବଇଶାଖୀ ଖରା

ମୋ ଛାତିରେ ଆଜି ଅଜଣାର କୋହ

କେମିତି ଲେଖିବି ତୁମ ପାଇଁ କବିତା

ହେ ଫଗୁଣ ତୁମେ କୁହ ...

ପଳାଶ ଗଛର ଛାଇରେ

ଏଠି ମୁଁ କଲବଲ

ମୋ ଭଲ ପାଇବାର ଦିନ

ଫଗୁଣର ଫଗୁରେ

ବସନ୍ତର ମଳୟ ପବନରେ

ଅବିର ଉଡୁଛି ଫୁଲ ସବୁୁ ହିନମାନ

ବସନ୍ତର ମଳୟ ପବନ

ତା ପଥ ବଦଳାଇ ଗଲାଣି

ଦିଶୁନାହିଁ ତାର ମୁହଁ

କେମିତି ଲେଖୀବି ତୁମ ପାଇଁ କବିତା

ହେ ଫଗୁଣ ତୁମେ କୁହ ?

ଫୁଲର ପାଖୁଡାରେ ଅନେକ ଯାତନା

ମୋ ବଗିଚାର ପତ୍ର ବିହିନ

ଗଛର ଶାଖାରେ ଝୁଲୁଛି

ଚଇତି ଖରାର କିରଣ

ବଇଶାଖର କୋହ ଚାପରେ

ସିଝେ ମୋ ଆଖିର ଲୁହ

ନିଷ୍ଠୁର ରୌଦ୍ର ତାପରେେ

ଝାଞି ପବନ ଆଜି ମଉଳେ ମଳୟ

ଅମାନିୟା ଲୁହ ଧାର ବହେ ଝର ଝର 

ହେ ଫଗୁଣ ତୁମେ କୁହ .......



Rate this content
Log in