STORYMIRROR

Sunanda Mohanty

Abstract Classics Inspirational

3  

Sunanda Mohanty

Abstract Classics Inspirational

ହିତାଧିକାରୀ

ହିତାଧିକାରୀ

1 min
192

ଉଚ୍ଚ ହେବା ପାଇଁ କର ଯେବେ ଆଶା 

ଉଚ୍ଚ କର ଆଗେ ନିଜ ମାତୃଭାଷା 

ସ୍ଵଭାଵ କବି ଗଙ୍ଗାଧର ମେହେର

 ଅର୍ଘ୍ୟଥାଳିରେ ଲେଖିଲେ ଅତି ଚମତ୍କାର 

ମାତୃଭୂମି ମାତୃଭାଷାରେ ମମତା 

ଯା ହୃଦେ ଜନମି ନାହିଁ 

ତାକୁ ଯଦି ଜ୍ଞାନୀ ଗଣରେ ଗଣିବା 

ଅଜ୍ଞାନ ରହିବେ କାହିଁ?? 

ନିଜ ସଂସ୍କୃତି ପରମ୍ପରା ଦେଶପ୍ରୀତି 

ଚିହ୍ନିବାକୁ ଲୋଡ଼ା ଭାଷା ପ୍ରେମ ଶକ୍ତି 

ନିଜ ଦେଶ ଗାଥା ନିଜ ମାତୃଭାଷା 

ମାଆ ସମାନ ସେ ଆମର ରହୁ ତୃଷା 

ଦେଶ ପ୍ରେମ ଭାବ ଆସିବ କେମିତି 

ନଜାଣିଲେ ପାଠ ପଢି ଶିଖି ସେ ଭାଷା ସଂସ୍କୃତି 

ଜାତୀୟ ପତାକା ରଂଗ ର ବାରତା 

ଜାଣିବାକୁ ହେଲେ ଭାଷା ଶିକ୍ଷା ଆବଶ୍ୟକତା 

ଆମ ଦେଶର ପୂର୍ବସୁରୀ ପୁଣି ମହତ ପଣିଆ ତାଙ୍କରି 

ମଧୁ ବାରିଷ୍ଟର ଗୋପବନ୍ଧୁ ଙ୍କ ପଦାଙ୍କ ଅନୁସରି

ହେବାକୁ ଆଗଭର ତାଙ୍କ ପଥ କୁ ପାଥେୟ କରି 

ମାତୃଭାଷା ଜାଣିବା ନିତ୍ୟାନ୍ତ ଜରୁରୀ 

କବି ଲେଖକ ପ୍ରାବନ୍ଧିକ ଲେଖାକୁ ଆଦରି 

ପୋଥି ବାଇଗଣ ବାଡ଼ି ବାଇଗଣ ଫରକ ଅନୁସରି 

ଜାତୀୟତା ସଂହତି ସଂସ୍କୃତି ରକ୍ଷାକରି ହେବା ରକ୍ଷାକାରୀ 

ସାହିତ୍ୟ ସାଧନା ବଳରେ ହାତ ମୁଠା ଭାରି 

ସଭ୍ୟତା ପରମ୍ପରା ସଂସ୍କୃତି ସଂହତି ଆଚରି ବିଚାରି 

ଅଗୁସାର ହେବାକୁ ନିଜ ମାତୃଭାଷା ବୋଧଗମ୍ୟ କରି 

ଜିତିବା ଗଡ଼ ହୋଇବା ବଡ଼ ରଖିବା ନିଜ ଦେଶ ଜାତିର ଟେକ 

ବନ୍ଦେ ଉତ୍କଳ ଜନନୀ, ଜୟ ଯବାନ ଜୟ କିଷାନ 

ଆମେ ଆମ ଦେଶର ହିତାଧିକାରୀ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract