ରାମ ନାମେ କି ରସ ଅଛି
ରାମ ନାମେ କି ରସ ଅଛି
ରାମନାମ ପାବନ ପବିତ୍ର
ଅମୃତମୟ ମନ୍ଦାକିନିର
ସୁଧାମୟ ଝର
ଯେଉଁ ନାମ ଧରି ଅଗଣ୍ଯ
ପାପୀତପି ଏସଂସାରୁ
ହୋଇ ଛନ୍ତି ପାପରୁ ଉଦ୍ଧାର
ରାମନାମ ସ୍ମରି ସ୍ଵୟଂ ହନୁମନ୍ତ
ସମୁଦ୍ର ଗର୍ଭେ ପକାଇ ପଥର
ବାନ୍ଧି ଥିଲେ ପଥର ବନ୍ଧ
ଯାହା ଉପରେ ଚଢି ଯାଇଥିଲେ
ସୀତାଙ୍କୁ ଉଦ୍ଧାରିବାକୁ ରଘୁରାଣ
ସେହି ପୂଣ୍ୟ ନାମ ଧରି
ହନୁମାନ ଉଠାଇ ପାରିଥିଲେ
ମନ୍ଦର ପର୍ବତ ଯେତେବେଳେ
ହୋଇଥିଲେ ଲକ୍ଷ୍ମଣ ଶକ୍ତିଭେଦ
ସୁଧାମୟ ନାମରେ ବଞି
ଉଠିଥିଲେ ଅନୁଜ
ସେହି ରାମନାମ ଜପି
ଦସ୍ୟୁ ରନ୍ନାକର ହୋଇପାରିଥିଲେ
ବାଲ୍ମୀକି ନାମରେ ନାମିତ ।
ମୃତ୍ୟୁ ସମୟରେ ଉପନିତ ନର
ଜପି ରାମନାମ
ଛାଡିଥାନ୍ତି ପିଣ୍ଡରୁ ପ୍ରାଣ
ନର୍କରୁ ତରି, ବସନ୍ତି ବୈକୁଣ୍ଠରେ ଯାଇ ।
ସଂସାରେ ଏଇ ନାମର ରସେ
ହୁଏ ସବୁକିଛି ସତ୍
ରାମନାମ ସଦା ସତ୍ୟ ।