STORYMIRROR

Banalaxmi Mohanty

Classics

3  

Banalaxmi Mohanty

Classics

ଜୟ ଶ୍ରୀରାମ

ଜୟ ଶ୍ରୀରାମ

1 min
322


ଜୟ ଜୟ ଜୟ ରାମ

    ଦଶରଥଙ୍କ ନନ୍ଦନ

ଜୟ ଜୟ ରାମ ପ୍ରଭୁ 

    ରାଜୀଵ ଲୋଚନ ।।

ତ୍ରେତୟା ଯୁଗରେ ତୁମେ

    ହୋଇଲ ଜନମ

ତପସ୍ଵୀଙ୍କୁ ରକ୍ଷାକଲ

   ରାକ୍ଷସ ମାରିଣ   ।।

ପିତୃ ସତ୍ୟ ପାଳିଣ

     କଲ ଵନକୁ ଗମନ  

ପତ୍ନୀ ସୀତା ଲକ୍ଷ୍ମଣଯେ

    ସଙ୍ଗେ ଗଲେ ଜାଣ ।।

ସୀତାଙ୍କୁ ରାବଣ ଲଙ୍କା

    ଘେନିଗଲା ସା ଥେ

ପାପ ଵିନାଶିଲ ପ୍ରଭୁ

   ମାରି ନିଜ ହା ତେ  ।।

ଯେତେଵେଳେ ଵିଶ୍ଵକୁ

   ପଡ ଇ ଶଙ୍କଟ

ଅବତରି ପ୍ରଭୁତୁମେ

   ବିନାଶ କର ଦୁଷ୍ଟ   ।।

ବିଶ୍ବ ଆଜି ମହାମାରି

    କୋରୋନା ର ଭୟେ

ଗୃହରେ ମାନଵ ଵନ୍ଦୀ 

   ତୁଣ୍ଡି ବାନ୍ଧି ମୁହେଁ।   ।।

ରଘୁ କୁଳ ଚୁଡାମଣି

    ବାରେଦୟା କର

କୋରୋନାର କବଳରୁ

   ଵିଶ୍ବକୁ ଉଦ୍ଧର।     ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics