ଜୟ ଶ୍ରୀରାମ
ଜୟ ଶ୍ରୀରାମ


ଜୟ ଜୟ ଜୟ ରାମ
ଦଶରଥଙ୍କ ନନ୍ଦନ
ଜୟ ଜୟ ରାମ ପ୍ରଭୁ
ରାଜୀଵ ଲୋଚନ ।।
ତ୍ରେତୟା ଯୁଗରେ ତୁମେ
ହୋଇଲ ଜନମ
ତପସ୍ଵୀଙ୍କୁ ରକ୍ଷାକଲ
ରାକ୍ଷସ ମାରିଣ ।।
ପିତୃ ସତ୍ୟ ପାଳିଣ
କଲ ଵନକୁ ଗମନ
ପତ୍ନୀ ସୀତା ଲକ୍ଷ୍ମଣଯେ
ସଙ୍ଗେ ଗଲେ ଜାଣ ।।
ସୀତାଙ୍କୁ ରାବଣ ଲଙ୍କା
ଘେନିଗଲା ସା ଥେ
ପାପ ଵିନାଶିଲ ପ୍ରଭୁ
<p> ମାରି ନିଜ ହା ତେ ।।
ଯେତେଵେଳେ ଵିଶ୍ଵକୁ
ପଡ ଇ ଶଙ୍କଟ
ଅବତରି ପ୍ରଭୁତୁମେ
ବିନାଶ କର ଦୁଷ୍ଟ ।।
ବିଶ୍ବ ଆଜି ମହାମାରି
କୋରୋନା ର ଭୟେ
ଗୃହରେ ମାନଵ ଵନ୍ଦୀ
ତୁଣ୍ଡି ବାନ୍ଧି ମୁହେଁ। ।।
ରଘୁ କୁଳ ଚୁଡାମଣି
ବାରେଦୟା କର
କୋରୋନାର କବଳରୁ
ଵିଶ୍ବକୁ ଉଦ୍ଧର। ।।