STORYMIRROR

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

କୋଇଲି

କୋଇଲି

1 min
177


କୋଇଲି ! ମନେ ନାହିଁ ଠିକ୍ କେଉଁ

ନିଦାଘ ବା ବସନ୍ତ ର ସେ ଶୁଭ ମୂହୁର୍ତ୍ତ,     

     ପଞ୍ଚମତାନରେ ଯେବେ 

ପ୍ରାଣ ମୋର ହେଲା ଦ୍ରବିଭୂତ,

 କଣିକାଏ ମୃଦୁ ମନ୍ଦ ଶୀତଳ ତରଙ୍ଗ

ପଞ୍ଚ ମହାଭୂତେ ଗଢା ପୁରୁଷପଣିଆଟାର

 କାହିଁକି ପାଲଟିଗଲା ଐକ୍ୟ ପ୍ରାଣକେନ୍ଦ୍ର ।

ହେତୁ ମୋ ପାଇଲା ଦିନୁ କୋକିଳରେ-

ଅନେକ ଖୋଜିଛି ତୋତେ

ଗହଳିଆ ଗଛଲତା ସବୁଜ ପତରେ,

କାନପାତି ଶୁଣିଅଛି

ଜଡ଼ ଚେତନ ଜାନ୍ତବ ପ୍ରତିଟି ନିସ୍ୱନେ,

ଅନାହତ ତୋ ଫୁକାରେ ଜାଣିନି 

କାହିଁକି ଅବା ଅମୃତ ନିର୍ଝରେ,

ଏକ ଦୁଇ ଏଇମିତି ବାଇଶି ଡେଇଁଲା ପରେ

ହଠାତ୍ ତୋର ପାଇଥିଲି ଭେଟ

ଶ୍ରୀନୀଳକନ୍ଦରେ ।

ରତନବେଦୀରେ ନିରାକାର ଅମୂର୍ତ୍ତ ତୋ

ଅପରୂପ ପୂର୍ଣ୍ଣମୟ ରୂପ

କଳକଣ୍ଠୀ ଅନାବିଳ ମହାଆକର୍ଷଣ

ଭବ୍ୟ ଦିବ୍ୟ ଅମୃତ ଆହ୍ୱାନ

ବଡ଼ଦାଣ୍ଡୁ ନୀଳଚକ୍ର ପତିତଙ୍କୁ

ଡାକି ହାତ ଠାରେ,

ଶ୍ରୀ ଗୁଣ୍ଡିଚା ବାହୁଡ଼ା ବିଜୟ ଯାତ୍ରା

ଦେଖିଦେଲେ ବାମନଙ୍କୁ ରଥେ

ହୋଇଯାଏ ବିଭୋର ମୁଁ

କୋଟିଜନ୍ମ ପାପତାପ ହରେ ।

ଅନନ୍ତ ବ୍ୟାପକ ଏଇ ବିରାଟ ବିଶ୍ୱରେ

ମୋ ଆତମା ନୀଳପକ୍ଷୀ

ନୁହେଁ ଦିଗହରା

ମଧୁମୟ ଅନିନ୍ଦ୍ୟ ଅଚିନ୍ତ୍ୟ ବ୍ରହ୍ମ

ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ 

ଭକ୍ତି ମୁକ୍ତି ଜଗତର କୈବଲ୍ୟ ପସରା

ମୋ ସ୍ୱରୂପ ଏକାକାର ଅମୃତ ସେ

ନିର୍ଯାସକୁ ମୁର୍ହୂ ମୁର୍ହୂ ଝୁରେ

ଅବିରତ ଉଚ୍ଚାଟ ମଧୁର ମୂରଲୀ ସ୍ୱନ

ଗହନ ମୋ ହୃଦୟ କନ୍ଦରେ ।


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics