ଜନନୀ
ଜନନୀ
ମାଆ କେବେ ମାଗେନା
ତା ଭଲପାଇବାର ନ୍ୟାୟ
ମାଆ କେବେ ଭାବେନା
ହୁଏତ ତଥାପି କିନ୍ତୁ ଅଥଚ
ଅଥବା ଦ୍ଵନ୍ଦ ର ପରିଚୟ
ମାଆ କେବେ କହେନା
ଦେବାକୁ ତାପାଇଁ ବଳିଷ୍ଠରାୟ
ମାଆ କେବେବି ବୁଝେନା
ତାର ବି ଅଛି ଗୋଟେ ହୃଦୟ
ଯେଉଁ ହୃଦୟଟା ସନ୍ତାପିତେ
ବାତ୍ସଲ୍ୟ ମମତାରେ ଅଥୟ
ମାଆ କେବେ ବଖାଣେନା
ଗତକାଲି ଆଜି ଆସନ୍ତାକାଲିକୁ
କରିଚି ମାଆଟି କେତେ ଅପଚୟ
ଖୋଲି କହିନାହିଁ ମାଆ କେବେ
ଅଞ୍ଜଳି ମୋ ଭରି କିଛି ଦିଅ
ସନ୍ତାନ ପାଇଁ ଭାବୁଥାଏ ମାଆ
ସକାଳ ମଧ୍ୟାର୍ଣ୍ଣ ସାୟାର୍ହ୍ନ ଅହରହ
ତଥାପି ତଉଲେ ପଣତ ତାହାର
କରିଚି କେତେ ରଙ୍ଗର ଅଭିନୟ
ଅବା ଲଭିଛି କେତେ ପରାଜୟ
କିବା ମାଆଟିର
ହୃଦୟରେ ଶୁଭେ
ଶବ୍ଦ ହାଏ ହାଏ ତୁ ଅସହାୟ
ତୁ ପରା ମାଆଟି ସଦା ସର୍ବସଂହା
ତୋର ଖାଲି ଜୟ ଓ ବିଜୟ ନିଶ୍ଚୟ
ରାମାୟଣ ମାଆ ମାନେ ଉପରକୁ ଯାହା
ଭିତରେ କର୍ତ୍ତବ୍ୟ କର୍ମ ର ହେବାକୁ ଜୟ
କରିଥିଲେ ଖାଲି ରାମାୟଣ ରଂଗ ମଞ୍ଚରେ ଅଭିନୟ
କୃଷ୍ଣଙ୍କର ଦୁଇ ମାଆ ଜଣେ ଦେବକୀ
ବନ୍ଦୀଶାଳାରେ ପୁତ୍ର ଶୋକେ ଅଧୀର ଅଥୟ
ଆଉ ଜଣେ ମାଆ ଯଶୋଦା ପୁତ୍ର ପାଇ
ସ୍ୱର୍ଗକୁ ଦୁଇହାତ ବାକି ଭାବୁଥାଏ ଅହରହ
ଛାଡିଗଲା ପରେ କହ୍ନେଇ ଗୋପ ରୁ ଦ୍ୱାପର
ଯଶୋଦା ଙ୍କୁ ଅନ୍ଧାର ଦିଶେ ଦିଗବଳୟ
ମହାଭାରତ ର ମାଆ ଗାନ୍ଧାରୀ କହିଥିଲେ
ଧର୍ମ ର ହେଉ ଜୟ ଧର୍ମ ର ହେଉ ଜୟ
ଶତପୁତ୍ରର ଜନନୀ ଆଖିରେ ଆଖିଏ ଲୁହ
ତଥାପି ସବୁରି ମାଆ ସିଏ କହିଲେ
ଧର୍ମ ତ ଅକ୍ଷୟ ଅମର ଅଜେୟ