STORYMIRROR

Banalaxmi Mohanty

Classics

3  

Banalaxmi Mohanty

Classics

ନାରୀ

ନାରୀ

1 min
209


 ସ୍ରଷ୍ଟା ସୃଷ୍ଟି କଲେ ଏଇ ଜଗତକୁ 

    ସୃଜିଲେ ନାରୀ ପୁରୁଷ

ଏକ ବିନା ଆନ ତିଷ୍ଟି ନପାରଇ

   ନାରୀର ସାହା ପୁରୁଷ।। 


ନାରୀ ଅଟେ ଜାୟା ,ଜନନୀ,ଭଗିନୀ

    ଅମୃତ ପିୟୁଷ ଢାଳେ

ଦୁଃଖ ଯାତନାକୁ ସହି ନୀରବରେ

   ସଞ୍ଜ ଦୀପ ଘରେ ଜଳେ।। 


ଜନନୀ ରୂପରେ ଗର୍ଭ ଧାରି ସିଏ

   ସନ୍ତାନ ଜନମ ଦିଏ

ଲାଳନ ପାଳନ କରିଥାଏ ପୁଣି

  ଦୁଃଖ କଷ୍ଟ ଯେତେ ସହେ।। 


ଭଗିନୀ ରୂପରେ ଭାଇର ଶୁଭ ସେ

    ସଦା ମନାସିଣ ଥାଏ

ଭାଇ ପାଇଁ ନାନା ଓଷା ବ୍ରତ କରେ

   ସୁଖେ ଦୁଃଖେ ସଦା ଥାଏ।। 


ଜାୟା ରୂପରେ ସେଯେ,ଅଙ୍କଶାୟିନୀ

    ଅଟେ ସ୍ଵାମୀ ସୋହାଗିନୀ

ପତି ସେବାତାର ଜୀବନର ବ୍ରତ

   ସେବିଥାଏ ମନଜାଣି।। 


ହେଲେ ନାରୀ ଆଜି ସହେ ନିର୍ଯାତନା 

    ପୁରୁଷ ପ୍ରଧାନ ସମାଜେ

ନାବାଳିକା ଠାରୁ ସାବାଳିକା ଯାଏ

   ସଭିଙ୍କୁ ପୁରୁଷ ଗଞ୍ଜେ।। 


ଆଜି ଶୁଭ ଦିନେ ଶପଥ ନିଅରେ

   ନାରୀକୁ ସମ୍ମାନ ଦେବା

ନାରୀ ଏ ସମ୍ମାନ ପାଇଲେ ସଂସାରେ

    ସୁଖ ଶାନ୍ତି ବିରାଜିଵ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics