STORYMIRROR

Banalaxmi Mohanty

Classics

3  

Banalaxmi Mohanty

Classics

ଆହେ ମହାପ୍ରଭୁ

ଆହେ ମହାପ୍ରଭୁ

1 min
262


ତୁମେ ମୋର ଆଶା 

    ତୁମେ ମୋ ଭରସା

ଆହେ ପ୍ରଭୁ ଜଗନ୍ନାଥ 

    ଦୁଃଖ କଷ୍ଟ ସହି

ତୁମରି ଦୟାରେ

    ଚାଲଇ ଜୀବନ ରଥ।। 


ଅଦୃଶ୍ୟ ରେ ଥାଇ

    ତୁମରି ନିର୍ଦ୍ଦେଶେ 

 କରମ କରଇ ମୁହିଁ 

    ଜୀବନ ରଥ ମୋ

 ଟଳ ମଳ ହୁଏ

    ସାହା ତୁମେ ଭାବଗ୍ରାହୀ।। 


 ଏ ସାର ବିଶ୍ୱରେ 

      ମୃତ୍ୟୁ  ବିଭୀଷିକା 

 କରୋନା କରାଳ ଛାଇ

      ତଥାପି ମାନବ

 ହିଂସା, ଅହଂକାର

     ମନରୁ ପାଶୋରି ନାହିଁ।। 


 ଦେଖି ଦେଖି ଏହି

      ସଂସାରର ରୀତି 

  ମନରେ ମୁହିଁ ଭାଳଇ

     ତୁମ୍ଭ ପରା ନାଥ

  ଥାଇ ଏ ଜଗତ

     ଡାକେ ଆଜି ତ୍ରାହି ତ୍ରାହି।। 


  ଆହେ ଶଙ୍କର୍ଷଣ  

     ଫେଢ଼ହେ  କଷଣ

  ସୃଷ୍ଟି ବିଲୟ କି ହେବ? 

     ନିଜ ହସ୍ତ ସୃଜି

   ସୁନ୍ଦର ଧରାକୁ

     ସାଗରେ କି ନିକ୍ଷେପିବ? 


 ମାଗିନାହିଁ ଧନ

     ମାନ ସନମାନ

 ତୁମଠାରେ ଅଭିମାନ 

    ତୁମପରା ପ୍ରଭୁ 

  ଭରସାରେ ଥାଇ

   ହେଉଅଛି ହୀନିମାନ।। 


  ଦୁଃଖ ଯନ୍ତ୍ରଣା ମୋ

     ବଢି ବଢି ଯାଏ 

  ସର୍ବଦା ତୁମକୁ ଭାଳେ

    ସେବାରେ କି ତୁମ

  ତ୍ରୁଟି ରହିଗଲା

    ସେ ପାଇଁ ଲୋତକ ଢାଳେ।। 


  ମୋ ନୟନ ନୀରେ

      ତୁମ ପାଦ ଧୋଇ 

  ତୁମକୁ ହୃଦେ ଧ୍ୟାୟିବି

     ହେ ରାଧାମାଧବ

   ଦୟା ହେଲେ ତବ

     ଏ ଜୀବନୁ ତାରଯିବି।। 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics