STORYMIRROR

Anupama Sahu

Classics

3  

Anupama Sahu

Classics

ଶ୍ରୀ ରାମ ନବମୀ

ଶ୍ରୀ ରାମ ନବମୀ

1 min
273


ନବମୀ ତିଥିରେ  ଅଯୋଧ୍ୟା ନଗରେ 

    କୌଶଲ୍ଯା କୋଳ ମଣ୍ଡନ 

ସୂର୍ଯ୍ୟ ବଂଶୀ ରାଜା  ପିତା ଦଶରଥ 

    ରଘୁ କୁଳ ସୁନନ୍ଦନ ।୧।

ଅବତରି ଆସି   ମାନବ ରୂପରେ 

   ପର୍ଶୁରାମ ଶିଷ୍ୟ ରାମ 

ପିତୃ ସତ୍ୟ ରକ୍ଷା  କରିବାକୁ ତୁମେ 

   ବନକୁ କରିଲ ଗମନ। ୨।

ମର୍ଯ୍ୟାଦା ପୁରୁଷ  ଆହେ ବିଶ୍ବପତି 

    ଆବୋରି ଗେରୁଆ ବେଶ 

ଅନୁଜ ଲକ୍ଷ୍ମଣ  ପତ୍ନୀ ସୀତା ସଙ୍ଗେ 

    ଗଲ ପ୍ରଭୁ ବନବାସ ।୩।

ବନେ ବନେ ବୁଲି  ଫଳାହାର କରି 

    ଲଭ ମନରେ ହରଷ 

ପାଷାଣୀ ଅହଲ୍ଯା  ମୁକତି କରିଲ 

   ଶବରୀ ଭକ୍ତିରେ ତୋଷ। ୪।

ମିତ୍ର ସୁଗ୍ରୀବକୁ   ନ୍ୟାୟ ଦେବା ପାଇଁ 

    ପାପି ବାଳିକୁ ନାଶିଲ 

ଅହଂକାରୀ ଲଙ୍କା  ଗଡର ରାବଣ 

   ବଦ୍ଧି ସୀତା ଉଦ୍ଧାରିଲ। ୫।

ଭକ୍ତ ହନୁମାନ  ସାଥେ ଥିଲେ ପ୍ରଭୁ 

    ପାପୁ ଉଦ୍ଧାରିଛ ଧରା 

ଏକ ପତ୍ନୀ ଧାରୀ  ହେ ପୁରୁଷୋତ୍ତମ 

   ତୁମେ ଭକ୍ତ ଗଳାହାର। ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics