STORYMIRROR

Banalaxmi Mohanty

Classics

3  

Banalaxmi Mohanty

Classics

ଶିକୁଳି

ଶିକୁଳି

1 min
181


ସଂସାର ରୂପକ ଶିକୁଳିରେ ବାନ୍ଧି

    ଦେଇ ଅଛ ପ୍ରଭୁ ଛନ୍ଦି

ଜୀବନଟା ହୁଏ ଜଞ୍ଜାଳରେ ଘାଣ୍ଟି

   ଦିନ ସରେ କାନ୍ଦି କାନ୍ଦି।। 


ବାପ ଘରେ ଥିଲି କେତେ ଅଲି ଅଳି

   ଯତନରେ ଥିଲି ବଢି

ଶାଶୁ ଘରେ ଗୋଡ ଦେଲା ଦିନଠାରୁ

   ଦୁଃଖ ମୋ ଯାଇଛି ବଢି।। 


ସବୁ ସୁଖ ମୋର ପାଶୋରି ଦେଇଛି

   କର୍ତ୍ତବ୍ୟ ରେ ରତ ରହି

ଯେତେ ତ୍ୟାଗକଲେ ବୁଝନ୍ତିନି କେହି

   ମୋ ତ୍ୟାଗର ମୂଲ୍ୟ ନାହିଁ।। 


ପ୍ରତିବଦଳରେ ମିଳଇ ଲାଞ୍ଛନା

    କଟୁବାକ୍ୟ ବର୍ଷା ହୁଏ

ମନର ଜୁଃଖକୁ ମନରେ ମାରିଣ

   ଉପରେ ମୁଁ ହସୁଥାଏ।। 


କାହିଁକି ପ୍ରଭୁହେ କର ହୀନିମାନ

   ନାରୀ ଜନମକୁ ଦେଇ

ନାରୀଟିଏ ବୋଲି ଏଇ ଦୁନିଆରେ 

   ସ୍ବାଧୀନତା ତାର ନାହିଁ।। 


ପ୍ରତି ମୁହୂର୍ତ୍ତରେ ଶିକୁଳିରେ ବନ୍ଧା

   ବିଭିନ୍ନ ନିୟମ ନେଇ

କର, ପ୍ରତିକାର ଖୋଲିଦିଅ ବେଡି

   ଆହେ ଜଗତର ସାଇଁ।। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics