କାଲିକାଳ
କାଲିକାଳ
ସମ୍ପଦ କାଳେ ସର୍ବେ ସଖା ବିପଦ କାଳେ ନଦିଅନ୍ତି ଦେଖା
ପଡ଼ିଥିଲେ ଶୁଣିଥିଲେ ଏହି ଭାଗବତ ବ୍ୟାଖ୍ୟା
ଆଜି ସର୍ବତ୍ର ଦୃଷ୍ଟିଗୋଚର ନୁଁହଇ ଏ ମିଥ୍ୟା
ବାପା ମାଆ ଯେଉଁଠାରେ ନୁଁହନ୍ତି ନିଜର
ଅନ୍ୟମାନଙ୍କ କଥା କହିବା ନୁହେଁ ଉଚିତ ବେଭାର
କଣ କଲ ନକଲ ଆମପାଇଁ ହୁଏ ବିଚାର
ବୃଦ୍ଧା ବୃଦ୍ଧ କାଳେ ଅନାଥାଶ୍ରମ ଦୁଆର
କଣ ରଖିଛ କେତେ ରଖିଛ ଆମ ପାଇଁ
ନହେଲେ ଆକଟ ର ପ୍ରଶ୍ନ ଉଠୁ ନାହିଁ
କାହିଁକି ପଢ଼ାଇଲ ନାହିଁ କଳେ ବଳେ କଉଶଳେ
ପିତା ମାତା କେତେ ଆଉ କରିଥାନ୍ତେ ଚାହାଁନ୍ତି ବିକଳେ
ପର ଝିଅ ଆସିଗଲେ ତାକୁ ଯେତେ ବି କଲେ ନିଜର
ସେ କିନ୍ତୁ ଭାବୁଥାଏ ଦ
ୋଷତୃଟି ଦେଖୁଥାଏ ଭାବୁଥାଏ ପର
ଏ ଘର ର ସବୁ ଲୋକ ପାର ହୋଇଯାଆନ୍ତେ
ତା ବାପ ଘର ଲୋକ ଆଧିପତ୍ୟ ଜମାନ୍ତେ
ପିଲାଦିନ ଭୁଲିଯାଏ ସନ୍ତାନ ପିତାମାତା କରିଥିଲେ ଯେତେ
କହନ୍ତି ଜନ୍ମ କରିଥିଲେ କରନ୍ତି ଏମିତି ସମେସ୍ତେ
ନିଜ ପେଟ ପିଠି ରୁ କାଟି ଦେବା କଥା
କହିଲେ ଦୋଷୀ ହୁଅନ୍ତି ସେହି ପିତା ମାତା
ସହାୟ ହେଲାବେଳେ ସବୁ ଥିଲା ଠିକ
ଅସହାୟ ବେଳେ ଦୂରେ ଦୂରେ ସଭିଏଁ ରୁହନ୍ତି
ସାହାଯ୍ୟ ସହଯୋଗ କରୁଥିବ ଯେତେ ଦିନ
ସେତେଦିନ ଯାଏ ମିଳୁଥିବ ଟି ସମ୍ମାନ
ବିପଦ ବେଳେ ସର୍ବେ ହୁଅନ୍ତି ଯେ ଆଡ଼
ନିଜକୁ ନିଜେ ଭାବନ୍ତି ସେମାନେ ହିଁ ବଡ l