ନିସ୍ଵାର୍ଥପର ହେବା ଚାଲ
ନିସ୍ଵାର୍ଥପର ହେବା ଚାଲ
ସନ୍ଥ କବି ଭୀମଭୋଇ ଲେଖିଗଲେ ଯହିଁ
ସ୍ତୁତି ଚିନ୍ତାମଣି ବହି, ଯାହା ଆଜି କାଳଜୟୀ
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖୁ ଦେଖୁ କିବା ସହୁ
ମୋ ଜୀବନ ପଛେ ନର୍କେ ପଡିଥାଉ
ଜଗତ ଉଦ୍ଧାର ହେଉ
କହିଥିଲେ ଗୋପବନ୍ଧୁ ଦାସ ମହାଭାଗ
ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼
ପୁରୁ ତହିଁ ପଡି ମୋର ମାଂସ ହାଡ଼
ଏମିତି ସେ ଲେଖା ଏମିତି ସେ କବି
ଦରଦୀ ପଣିଆ ଦେଶ ଓ ଜନତା ଙ୍କ ପାଇଁ
ଯାହା ହୃଦୟ ସଦା କାନ୍ଦୁଥାଇ
ପ୍ରାଣୀଙ୍କ କଷଣ ଦେଖିନପାରି ଯାହା ହୃଦ କାନ୍ଦୁଥାଇ
ସେହି ସନ୍ଥ ଭୀମଭୋଇ ଆଜି ହଜିଯାଇ ବି ଅମର
ଆମ ହୃଦୟ ର
େ ରହି, ବାଟ କଢାନ୍ତୁ ସଭିଙ୍କ ସୁଫଳ ପାଇଁ
ସ୍ୱାର୍ଥ କୁ ସାରଥୀ ନକରି ହେ ଭାଇ ସଭିଙ୍କ ଉର୍ନ୍ନତି ପାଇଁ
କିଛି କର୍ମ କର କିଛି ଲେଖି ବାର୍ତ୍ତା ଦିଅ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ
କରନାହିଁ ନାହିଁ କରିପାରିବି ନାହିଁ ସବୁ କରିପାରିବ ହେ ଭାଇ
ଆତ୍ମବିଶ୍ୱାସ ଥିଲେ ପଙ୍ଗୁ ଲଙ୍ଘଇ ଗିରି ବିଶ୍ୱାସେ ମିଳଇ ହରି
ଆଦର୍ଶ ମଣିଷ ନଡ଼ରିଣ ଲେଶ କିଛି କରି କରାଉ ଥାଇ
ଆଜି ମଲେ କାଲି କି ଦୁଇଦିନ ସ୍ୱାର୍ଥ ସ୍ୱାର୍ଥୀ ଶବ୍ଦ ଦୁଇ
ପଛରେ ରହିବ ବୁଦ୍ଧି ନଦିଶିବ ଭଲ କେ କହିବେ ନାହିଁ
ସୁଗନ୍ଧିତ ଶରୀର ବାସିମଡା ହେବ କେହି ଛୁଇଁବେ ନାହିଁ
ବଂଚିଥିବା ବେଳୁ ଭଲ କାମ କଲେ ହୁଏତ କାଂଦିବେ କେହି l