ତୁମ ପାଇଁ
ତୁମ ପାଇଁ
ପ୍ରଭୁ ବୋଲି ଆଉ
ଭାବିବିନି କେବେ
ଯନ୍ତ୍ରଣା ଯାତନା ଦୁଃଖେ
ପର କରିଦେଲି
ତୁମକୁ ଜଗନ୍ନାଥ
କଟି କଲି ତୁମ ସାଥେ.
ତୁମେ ନୁହଁ ଆଉ
ମୋର ସମ୍ପର୍କୀୟ
ଅବା ବନ୍ଧୁ ପ୍ରିୟତମ
ମାଡିବିନି କେବେ
ତୁମ ବଡଦାଣ୍ଡ
ଦେଖିବାକୁ ରୂପ ତୁମ.
ଅଙ୍କିବିନି ହୃଦେ
ତୁମ ଚିତ୍ରପଟ
ମାୟାବୀ ଚାହାଣୀ ଦେଖି
ଲେଖିବିନି ଆଉ
ଅନୁରାଗେ ଭିଜି
ମଙ୍ଗଳାଚରଣ ଚୋଖି.
ତୁମ ଘୋଷ ଯାତ୍ରା
ପ୍ରଥା ପରମ୍ପରା
ବଡ଼ ସିଂହାର ବେଶ
ଅବଢା ନିର୍ମାଲ୍ୟ
ମାଗିବିନି କେବେ
ପାଇଯିବି ବୋଲି ମୋକ୍ଷ.
ଯାଅ ଜଗନ୍ନାଥ
ତୁମ ବଡ଼ପଣ
ଅହଂରେ ଭୁଲିଲ ମତେ
ଭିନ୍ନ ମଣିଷ ମୁଁ
ତୁମ ଦୁନିଆରେ
ମୋ ଦୁଃଖର ମୂଲ୍ୟ କେତେ.