ଏ ମୂର୍ଖ ମନୁଷ୍ୟ
ଏ ମୂର୍ଖ ମନୁଷ୍ୟ
ସକାଳ ହୋଇଲେ କ୍ରୋଧରେ ଜର୍ଜର
ଆମ ଏ ମନୁଷ୍ୟ ଜାତି
ପର ନିନ୍ଦା କରି ଦିନଯେ ବିତାନ୍ତି
ବୋଲାନ୍ତି ନିଜକୁ ସତୀ ।
ନିଜ କାଠ ପଛେ ଉଇ ଖାଉ ଥାଉ
ପକାନ୍ତିନି କେବେ ଆଖି
ପର ନିନ୍ଦା କରି ଦିନ ବିତୁଥାଏ
ଲୋଡ଼ା କି ହେବ ପୀରତି ।
ତୁଣ୍ଡେ ଧରି ଗାଳି ଯାଆନ୍ତି ସେ ଜଳି
ଭାବନ୍ତି ନିଜକୁ ଶ୍ରେଷ୍ଠ
ମିଛରେ ,ମିଛରେ ଭଲେଇ ହୁଅନ୍ତି
ସର୍ବାଦ ଦେଖାନ
୍ତି ନୋଟ ।
ଆଜି ଅଛି ଯିଏ କାଲିକି ନଥିବ
ତାକୁ କେ ପାରିଛି ଜିଣି
ତାକୁ ଧରି ଆଜି ଫୁଟାଣି ମାରୁଛ
ତାକୁ କେ ପାରିଛି ଗଣି ।
ଏ ମୂର୍ଖ ମନୁଷ୍ୟ ଜାଣି ସେ ପାରୁନି
କେତେ ଦିନ ଏହି ଜୀବ
କେବେ ଲିଭି ଯିବ ସଂସାର ସାଗରୁ
ପାଲଟିଯିବ ସେ ଶବ ।
କେଉଁ ସମ୍ପତ୍ତି କୁ ସାଥେ ନେଇ ଯିବ
ଭାବ ହେ ମନୁଷ୍ୟ ଜାତି
ସୁକର୍ମ କରିଲେ ସାଥେ ଧରି ଯିବ
ଝୁରିବ ତମରି ମାଟି ।