STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ଗ୍ରୀଷ୍ମ କାଳ

ଗ୍ରୀଷ୍ମ କାଳ

1 min
288


ବୈଶାଖ୍ୟ ମାସର ଖରା,  ଜାଳି ପୋଡି ଦିଏ ଧରା

ଉଦିତ ମାର୍ତ୍ତଣ୍ଡ, ସତେ ଅଗ୍ନି ପିଣ୍ଡ

ଜଳୁଛି ଧରିତ୍ରୀ ସାରା

ଜଳୁଛି ବନାନୀ ଧୁଆଁ ପାଉଁଶ ରେ

ମୋ ମାଆ ମୁହଁ ଦିଶେ କଳା ।।


ଆକାଶ ଜ୍ଵଳନ‌ ଜ୍ଵାଳା, ପ୍ରଭାବେ ଦୁନିଆଁ ସାରା

ଜଳି ଜଳି ଯାଏ, ମାଟି ସୁଖିଯାଏ

ମୁଁ ଛାର ମଣିଷ ପରା

ଅସହ୍ୟ ଯନ୍ତ୍ରଣା ମୋ ଗାଆଁ ଗାଆଁ ରେ 

ସ୍ଵାପଦେ କଲେଣି ଖେଳା ।।


ସଙ୍କୁଚିତ ନଦୀ‌ ଧାରା, ମରୁ ପରାୟ ଟାଙ୍ଗରା

ରଚେ ମୃଗତୃଷ୍ଣା, ମାୟା ମରିଚିକା

ପଥ ଭୁଲଇ ପାନ୍ଥୋଇ

ତୃଷାରେ ଅଧୀର ଜୀବନ ସକଳ

ଦିନରେ ଦେଖନ୍ତି ତାରା ।।


ସତେ କି ଫୁଲ ପସରା, ଫେରି ଗ୍ରୀଷ୍ମ କି ଆସିଲା

ମଧୁ ସଉରଭ କୁସୁମ ବିଭବ

ପ୍ରକୃତି ଦିଶଇ ତୋରା

ରସାଳ ଫଳ ପ୍ରବଳ ଦାନ କରି

ଖରା ଆସି ପ୍ରବେଶିଲା ।।


ଖରା ପରେ ବର୍ଷା ଧରା, ଶିକ୍ତେ ହୋଇବ ଉର୍ବରା

ଆଗାମୀ ସପନ ଦେଖଇ କୃଷକ 

କ୍ଷିତି ହୀତେ ସୂର୍ଯ୍ୟ ପ୍ରଭା

ଶୋଷି ଜଳରାଶି ସୃଯେ ମେଘ ମାଳା

ଏମିତି ବନ୍ଧୁ ସେ ପରା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics