STORYMIRROR

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ବାହୁଡା ବିଜୟ

ବାହୁଡା ବିଜୟ

1 min
369


ବହୁଅଛି ଝାଞ୍ଜି ପ୍ରଖର ପବନ

ଦେହମନ ସନ୍ତାପିତ

ବିଳପେ ଜୀବନ ଜଳଟୋପେ ପାଇଁ

ଉତ୍ତପ୍ତ ପ୍ରାଣ ସନ୍ତପ୍ତ ।

ଭୂମିର ଗରଭେ ଶୁଷ୍କ ଅନ୍ତର୍ଦ୍ଧାନ

ଶୀତଳ ଜଳ ଭଣ୍ଡାର

ବିସ୍ତାରିତ ହୁଏ ମରୁଭୂମି କାୟା

ପଡୁଅଛି ହାହାକାର ।

ମାଡି ମାଡି ଆସେ କଙ୍କ୍ରିଟ ଜଙ୍ଗଲ 

ସବୁଜିମା ହୁଏ ହ୍ରାସ

ପୂତିଗନ୍ଧମୟ ଆବର୍ଜନା କୁଢ଼

ବନ୍ଦ କରିଦିଏ ଶ୍ୱାସ ।

ବରଷୁନି ମେଘ ମୌସୁମୀ ବାରିଦ

ଜଳାଶୟ ଜଳଶୂନ୍ୟ

ଖୋଜୁଛି ଉପାୟ ବିଜ୍ଞାନୀ ମଣିଷ

ସ୍ଥିତି ତା ସଙ୍କଟାପନ୍ନ ।

ଅଦମ୍ୟ ସାହସ ତା ଯାନ୍ତ୍ରିକ ବଳ

ପ୍ରବିଧି ଜ୍ଞାନ କୌଶଳ

କରୁଛି ଅଧିକ ସ୍ଥିତିକୁ ଗମ୍ଭୀର

ପରିଣାମ ଅସମ୍ଭାଳ ।

ଉଜୁଡି ଯାଉଛି ସବୁଜ ବନାନୀ

ପ୍ରତିକୂଳ ପରିବେଶେ

ଉଭେଇ ଯାଆନ୍ତି ପଶୁ ପକ୍ଷୀ ବଂଶ

ଖୋଜିଲେ ନ ଦିଶେ ଦେଶେ ।

ଜଳି ପୋଡି ଯାଏ ନିରୀହ ଜୀବନ

ତ୍ରାସେ ରୋଗ ମହାମାରୀ

ବଢେ ବ୍ୟଭିଚାର ଦୁର୍ନୀତି ପ୍ରକୋପ

ବଳଶାଳୀ ପାପାଚାରୀ ।

ହେଉ ପୂର୍ବାଚଳେ ବାହୁଡା ବିଜୟ

ନବୀନ ଅରୁଣୋଦୟ

ବରଷ ଶୀତଳ ବାରି କଳା ମେଘ

ହେଉ ପାପତାପ କ୍ଷୟ ।

   ------



Rate this content
Log in

Similar oriya poem from Classics